ଆମ୍ବ ର ଅଭାବ ଚିନ୍ତା ରେ ଚାଷୀ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ର ଚାନ୍ଦିପୁଟ ପଞ୍ଚାୟତ ର ଆକିଲି ଗ୍ରାମ ରେ ପ୍ରାୟ୫୦ରୁ ଉର୍ଦ୍ଧ ଚାଷୀ ୨୦ରୁ ଉର୍ଦ୍ଧ ଏକର ଜମି ରେ ଆମ୍ବ ଚାଷ କରି ଆସନ୍ତି ବହୁ ବର୍ଷ ଧରି ବିଗତ ବର୍ଷ ଆକିଲି ଗ୍ରାମ ରୁ ଆମ୍ବ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଜ୍ୟ ବେହେରା ଦିଲୀ କୁ ମଧ୍ୟ କୁଇଣ୍ଟାଲ କୁଇଣ୍ଟାଲ ଆମ୍ବ ପଠାଇଥିଲେ ଏବଂ ଆମ୍ବ ବ୍ୟବସାୟୀ ଙ୍କ ମଧ୍ୟ ଭଲ ଭିଡ଼ ଜମୁଥିଲା I କୋଭିଡ ସମୟରେ ମଧ୍ୟ ଭଲ ବ୍ୟବସାୟୀ ହୋଇଥିବା ବେଳେ ଚଳିତ ବର୍ଷ ଆମ୍ବ ର ମରୁଡି ଦେଖିବାକୁ ମିଳୁଛୁ କିଛି ଗଛରେ ଆମ୍ବ ଫୋଳି ଥିବା ବେଳେ କିଛି ଗଛରେ ଜମାରୁ ଆମ୍ବ ଆସିନୀ ଯାହା ମଧ୍ୟ ଆମ୍ବ ଫୋଳୀ ଥିଲା I ତାହା କାଳବୈଶାଖୀ ରେ ସବୁ ଝଡ଼ିଗଲା ଯାହା ଦ୍ୱାରା ଆମ୍ବ ଚାଷୀ ଚିନ୍ତା ରେ ଆମ୍ବ ବିକ୍ରି କରି ନିଜ ପରିବାର ତିନିମାସ ଚଳି ଯାଉଥିବା ବେଳେ ଏବେ ଆମ୍ବ ର ଘୋର ଅଭାବ ଯାହା ଦ୍ୱାରା ଆକିଲି, ପିଣ୍ଡିକି ଅଂଚଳରେ ଆମ୍ବ ଚାଷ କରୁଥିବାଚାଷୀ ଏବେ ଚିନ୍ତା ରେ ଯାହା ମଧ୍ୟ ଆମ୍ବ ଆସୁଛି ଏବେ ତାହା ଆକାଶ ଛୁଆଁ ଦର ଏବଂ ବାହାର ରାଜ୍ୟ ରୁ ଆସୁଛି ଔଷଧ ଦିଅ ଆମ୍ବ ଗ୍ରାହକ ତାକୁ କିଣିବା ମଧ୍ୟ ପସନ୍ତ କରୁନାହାନ୍ତି I ଏବେ କ୍ଷତି ସାଉଛନ୍ତି ଚାଷୀ I


