ପାଚିକା ସହାୟିକା ସଙ୍ଘ ପକ୍ଷରୁ ରାଲି ଓ ବିକ୍ଷୋଭ
ଫୁଲବାଣୀ, (ସୁନୀଲ କୁମାର ବେହେରା) :-ବିଭିନ୍ନ ଦାବୀ ପୂରଣ ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ସୋମବାର ଏକ ରାଲି ମା ଦୀକୁନ୍ଦ ।ଛକ ରୁ ବାହାରି ବିଜୁ ପଟନାୟକ ଛକ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପରେ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ଜିଲ୍ଲାଶିକ୍ଷା ଅଧି-କାରୀ ଙ୍କୁ ପ୍ରଦାନ କରାଯାଇଥିଲା । ସେମାନଙ୍କ ଦାବୀ ମଧ୍ୟରେ ରହିଛି ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି କରିବା l ସେମାନଙ୍କୁ ଅନ୍ୟ କାର୍ଯ୍ୟରେ ନ ଲଗାଇବା, ବର୍ଷକୁ ୨ ହଳ ସାଢ଼ୀ ପ୍ରଦାନ, ଦଶ ମାସ ପରିବର୍ତେ ବର୍ଷକ ର ପାରିଶ୍ରମିକ ପ୍ରଦାନ, ପିଲା କମ ଥିବା ରୁ ବାଦ ପଡିଥିବା ପାଚିକା ଙ୍କୁ ପୁନଃ ନିଯୁକ୍ତି ଆଦି ଦାବୀ ଅନ୍ତର୍ଭୂକ୍ତ l ସରକାର ଦାବୀ ପୂରଣ ନ କଲେ ଆଗମୀଦିନରେ ଆନ୍ଦୋଳନ କୁ ଯୋର ଦାର କରାଯିବ ବୋଲି ସଂଗଠକ ପପୁନ ସାହୁ, ଚେତାବନୀ ଦେଇଛନ୍ତି l


