ନ୍ୟାୟ ଅପେକ୍ଷାରେ ମାଆ, ଝିଅ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣା ଜେନା ସାହି ଗ୍ରାମର ଗଣେଶ ଯେନାଙ୍କ ଝିଅ ରଶ୍ମିତା(୨୧) । ଆଜକୁ ୧ ବର୍ଷ ୬ ମାସ ପୂର୍ବେ ସେ ରାଜନଗର ମଙ୍ଗଳପୁର ଗ୍ରାମର ନାଥୁରା ଯେନାଙ୍କ ବଡପୁଅ ମନୋଜଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ମାସ ପରେ ଶାଶୁ ଘର ଲୋକେ ରଶ୍ମିତାଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ । ପରେ ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ତାଙ୍କୁ ଆହୁରି ଅଧିକ ନିର୍ଯ୍ୟାତନା ଦିଆଯାଇଥିଲା । ଏନେଇ ସେ ଆଗରପଡା ଥାନାରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବର୍ତ୍ତମାନ ରଶ୍ମିତା ନିଜ ବାପ ଘରେ ରହୁଛନ୍ତି । ବାପା ଜଣେ ଦିନମଜୁରିଆ ହୋଇଥିବା ବେଳେ ଧାର କରଜ କରି ଝିଅକୁ ବିବାହ କରିଥିଲେ । ମାତ୍ର ସେ ଏବେ ସେ ବାପାଙ୍କ ଉପରେ ବୋଝ ସାଜିଛନ୍ତି । ରଶ୍ମିତା ଓ ତାଙ୍କ ୧ ବର୍ଷର ଝିଅକୁ ନ୍ୟାୟ ନମିଳିଲେ ସେ ବାଧ୍ୟ ହୋଇ ଆଗାମୀ ଦିନରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ