ଫେରାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ପାପା ପଣ୍ଡା ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା) :-ଦୀର୍ଘଦିନ ଧରି ଫେରାର ଥିବା ବାଲେଶ୍ୱରର ମୋଷ୍ଟ ୱାଣ୍ଟେଡ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଶୋଭାରାମପୁର ଅଞ୍ଚଳର ସ୍ୱର୍ଗତ ବିଶ୍ୱାନଥ ପଣ୍ଡାଙ୍କ ପୁଅ ପାପା ଓରଫ ଚିନ୍ମୟ ପଣ୍ଡାକୁ ପୁଲିସ ଗିରଫ କରିଛି । ବାଲେଶ୍ୱର ସହରରେ ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଗତକାଲି କାବୁ କରିଥିଲା । ଏନେଇ ସହଦେବଖୁଣ୍ଟା ଥାନାରେ ୨୦୩/୨୨.୬.୨୨ ନଂରରେ ଏକ ମାମଲା ରୁଜୁ ସହ ଗିରଫ ପାପା ପଣ୍ଡାକୁ ପୁଲିସ ପଚରାଉଚୁରା ଜାରି ରଖିଛି । ସେହିଭଳି ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ସହ ସାଧାରଣରେ ଆତଙ୍କ ସୃଷ୍ଟଇ କରିବା ଘଟଣାରେ ପାପା ବିରୋଧରେ ୨୦୪ ନଂର ଆଉଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ପାପା ବିରୋଧରେ ଥିବା ୩୪୫/୨୦୨୦ ନଂର ଏକ ହତ୍ୟା ମାମଲାରେ ସାକ୍ଷୀ ନ ଦେବା ପାଇଁ ଜଣେ ପୀଡ଼ିତା ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେ ତାଙ୍କୁ ଧମକ ଦେଇଥିଲା । ଏଥି ସହିତ ପାପାପଣ୍ଡା ବିରୋଧରେ ସହଦେବଖୁଣ୍ଟା ଥାନା, ଟାଉନଥାନା, ଶିଳ୍ପାଞ୍ଚଳ ଥାନା ଏମିତିକି ପଶ୍ଚିମବଙ୍ଗ ଦୀଘା ସାମୁଦ୍ରିକ ଥାନରେ ୨୫ରୁ ଅଧିକ ଅପରାଧିକ ମାମଲା ଅଛି । ଏହିସବୁ ମାମଲରେ ସେ ଦୀର୍ଘଦିନ ଧରି ଫେରାର ଥିଲା । ବାହାରେ ରହି ସେ ତା’ର ଗ୍ୟାଙ୍ଗ ନେଟୱାର୍କ ଚଳାଉଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ପାପାପଣ୍ଡାର ଗିରଫ ସହଦେବଖୁଣ୍ଟା ଥାନା ପୁଲିସ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।


