ଶ୍ରେଷ୍ଠ ୧୦୦ଜଣ ଙ୍କ ମଧ୍ୟରେ ନିମାପଡା ର ଆୟୁଷ ମିଶ୍ର
ନିମାପଡ଼ା, ( ସନ୍ତୋଷ ଦାଶ) :-ଆଜି ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ନିମାପଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଆୟୁଷ ମିଶ୍ର ପରୀକ୍ଷାରେ ୬୦୦ ରୁ ୫୯୨ ରଖି ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ନିମାପଡ଼ା ପାଇଁ ଗୈାରବ ଆଣିଛନ୍ତି । ଭବିଷ୍ୟତରେ ଡ଼ାକ୍ତର ହେବାପାଇଁ ଇଛା ପ୍ରକାଶ କରିଛନ୍ତି ଆୟୁଷ । ଏହି ସଫଳତାର ଶ୍ରେୟ ସେ ନିଜ ଜେଜେମା, ପିତା, ମାତା ଏବଂ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାଙ୍କୁ ଦେଇଛନ୍ତି । ଆୟୁଷ ଦୈନିକ ୫ରୁ ୬ ଘଣ୍ଟା ପରିଶ୍ରମ କରନ୍ତି।ଜେଜେମା ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହୋଇଥିବାବେଳେ ପିତା ଏକ ଔଷଧ ଦୋକାନ କରି ଜିବୀକା ନିର୍ବାହ କରନ୍ତି ।


