ବନମହୋତ୍ସବ ଅବସରରେ ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା) :-ବନମହୋତ୍ସବ ସପ୍ତାହ ଅବସରରେ ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ରୂପାୟନ’ ଓ ଷ୍ଟେସନ କ୍ଲବର ମିଳିତ ସହଯୋଗ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ସାଙ୍ଗକୁ ବାୟୁମଣ୍ଡଳରେ ଅମ୍ଳଜାନ ମାତ୍ରା ବୃଦ୍ଧି ପାଇଁ ବକ୍ଷରୋପଣକୁ ଗୁରୁତ୍ୱ ଦିଆଯାଉଥିବା ଦୁଇ ସଙ୍ଗଠନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ବିଶେଷ କରି କରୋନା କାଳରେ ଅମ୍ଳଜାନର ଅଭାବରୁ ଅଧିକ ସଂଖ୍ୟାରେ ଲୋକେ ମୃତ୍ୟୁମୁଖରେ ପଡ଼ିଥିବା ପ୍ରସଙ୍ଗ ସମ୍ପର୍କରେ ଜନ ସଚେତନତା ମଧ୍ୟ ଅନ୍ୟତମ ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି । ଷ୍ଟେସନ କ୍ଳବ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୂପାୟନର ସଭାପତି ତାପସ ସାହୁ, ଜୟଶ୍ରୀ ବିଶ୍ୱାଳ, ଅମିତା ଚାନ୍ଦ, ସବିତା ମହାନ୍ତି, ଯଶୋଦା ନନ୍ଦନ ଆଶ, ସଂଯୁକ୍ତା ବେହେରା, ସତ୍ୟେନ୍ଦ୍ର ଦାସ, ଦମୟନ୍ତୀ ପଣ୍ଡା, ପ୍ରତାପ କେଶରୀ ସାମଲ, ଚନ୍ଦନ ପତି, ସୁରେଶ ଉପାଧ୍ୟାୟ ଓ ଷ୍ଟେସନ କ୍ଲବ ସଭାପତି ଗିରିଜା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


