ଭାରତ ବିକାଶ ପରିଷଦ ର 60 ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଭାରତ ବିକାଶ ପରିଷଦ ର 60 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଏଇ ଅବସରରେ ଶାଖା ସମ୍ପାଦକ ପ୍ରସନ୍ନ ଛୋଟରାୟ କହିଥିଲେ ଯେ ସମାଜ ସୁଧାରକ ଡ଼ଃ ସୁରଜ ପ୍ରକାଶ ସମାଜର ପ୍ରବୃଦ୍ଧ ବର୍ଗଙ୍କୁ କିପରି ଦେଶ ଓ ସମାଜ ସେବା କାର୍ଯ୍ୟରେ ଲଗେଇ ପାରିବେ, ସେଇ ଚିନ୍ତାଧାରା ରଖି 1963 ମସିହା ଜୁଲାଇ 10 ତାରିଖରେ ଭାରତ ବିକାଶ ପରିଷଦ କୁ ନୂଆଦିଲ୍ଲୀ ଠାରେ ପ୍ରତିଷ୍ଠା କରିଥିଲେ l ସମାଜର ସମୃଦ୍ଧ ଏବଂ ପ୍ରବୃଦ୍ଧ ଵର୍ଗ ର ଲୋକ ମାନଙ୍କୁ ସଂଗଠିତ କରି ସେମାନଙ୍କୁ ସମାଜସେବା ପ୍ରତି ପ୍ରେରିତ କରିବା ତଥା ସେମାନଙ୍କୁ ଭାରତୀୟ ସାମାଜିକ, ସାଂସ୍କୃତିକ ମୂଲ୍ୟବୋଧ ପ୍ରତି ଜାଗ୍ରତ କରି ସ୍ୱାମୀ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ କରି ମାନବ ଜୀବନ ର ସମସ୍ତ କ୍ଷେତ୍ର (ସାଂସ୍କୃତିକ,ସାମାଜିକ,ଶୈକ୍ଷିକ,ନୈତକ,ଅଧ୍ୟାତ୍ମିକ) ରେ ଭାରତ ର ସର୍ବାଙ୍ଗୀନ ଉନ୍ନତି କରି ରାଷ୍ଟ୍ର ପ୍ରତି ସମର୍ପିତ ଏକ ସଂଗଠନ ବୋଲି କହିଥିଲେ l ଭାରତ ବିକାଶ ପରିଷଦ ର ୬୦ ତମ ସ୍ଥାପନା ଦିବସ ଅବସରରେ ସମସ୍ତ ଭାରତ ବିକାଶ ପରିଷଦ ର ଶୁଭେଛୁ, ସେବା କାର୍ଯ୍ୟ ରେ ଜଡିତ ଥିବା ସମସ୍ତ ପ୍ରତିନିଧି, ସେବା କାର୍ଯ୍ୟ ପାଇଁ ଅର୍ଥ, ସମୟ, ଶ୍ରମ ଦାନ କରୁଥିବା ସମସ୍ତ ନୂତନ ପୁରାତନ ସଦସ୍ୟ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା ଜଣେଇଥିଲେ l ଅବସର ପ୍ରାପ୍ତ ପ୍ରିନସିପାଲ ଡ଼ଃ ଶ୍ୟାମ ପ୍ରସାଦ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭାରତ ବିକାଶ ପରିଷଦ ର ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହ ସମାଜ ଦର୍ଶନ ଉପରେ ସରଗର୍ଭକ ବକ୍ତବ୍ୟ ରଖିଥିଲେ l ବ୍ରହ୍ମପୁର ଶାଖାର ପ୍ରତିଷ୍ଠାତା ସଦସ୍ୟ ଇଁ. ରାଜେନ୍ଦ୍ର ପଟ୍ଟନାୟକ ପରିଷଦ ର 60 ବର୍ଷର ବିକାଶ ଓ ଇତିହାସ ର ଚିତ୍ର ରଖିଥିଲେ l ବରିଷ୍ଠ ଉପଦେଷ୍ଟା ଅମର ସାହୁ 60 ବର୍ଷ ପୂର୍ତ୍ତି ଅବସରରେ ବ୍ରହ୍ମପୁର ଶାଖାର ବୃଦ୍ଧି ବିକାଶ କାର୍ଯ୍ୟ ପାଇଁ ଜୋର ଦେଇଥିଲେ l ପ୍ରାନ୍ତ ସେବା ବିଭାଗ ଆବାହକ ଡ଼ଃ କିରଣ ପାଣିଗ୍ରାହୀ ସଦସ୍ୟ ବୃଦ୍ଧି, ସେବା କାର୍ଯ୍ୟ ବୃଦ୍ଧି ପାଇଁ ଆହୁରି ପରିଶ୍ରମ କରିବାକୁ କହିଥିଲେ l ଶାଖା ସଭାପତି ପି. ରାମାରାଓ ସୁବୁଦ୍ଧି ଭାରତ ବିକାଶ ପରିଷଦ ର ବିଚାର ସମ୍ପର୍କ, ସହଯୋଗ,ସେବା, ସଂସ୍କାର,ସମର୍ପଣ ଓ ସହଯୋଗ କୁ ପାଥେୟ କରି କାର୍ଯ୍ୟ କରୁଛି ବୋଲି କହିଥିଲେ l କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଓ ଶାଖା ସଭାପତି ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ଏବଂ ବନ୍ଦେମାତରଂ ଗାନ ସହ ଆରମ୍ଭ ହୋଇଥିଲା l ଶେଷରେ ସମ୍ପାଦକ ପ୍ରସନ୍ନ ଛୋଟରାୟ ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମ ଶେଷ ହୋଇଥିଲା l ସେବା ସଚିବ ପ୍ରକାଶ ଭଜାନୀ,ସଂସ୍କାର ସଚିବ ପ୍ରିନ୍ସ ସରୋଜ କୁମାର, ସଦସ୍ୟ ନୀଳାଞ୍ଚଳ ନନ୍ଦ, ଡ଼ଃ ବରୁଣ ପାଣିଗ୍ରାହୀ, ଅଶୋକ ବ୍ରହ୍ମା, ଅର୍ଥ ସଚିବ ଉମା ପ୍ରସାଦ ପାତ୍ର ପ୍ରମୁଖ ସହ 50 ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ ବୋଲି ସଂସ୍କାର ସଚିବ ସରୋଜ କୁମାର ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ