ବାଇକ ଦୁର୍ଘଟଣାରେ ୨ଯୁବକ ଗୁରୁତର    

ହାଟଡିହି, (ବିକାଶ ବିଶ୍ୱାଳ) :-ଛେନାପଦିଛକକୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସୁଥିବା ଜଣେ ଯୁବକ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣା ଯାଇଛି । ସୁଚନାରୁ ଜଣାଯାଇଛି ବାଲିବରେଇ  ଗ୍ରାମର କାର୍ତ୍ତିକ ସାମଲ ଓ ପ୍ରକାଶ ସାମଲ ଦୁଇଜଣ  ଯୁବକ ଆଜି ମଧ୍ୟାହ୍ନରେ ବାଇକ ଯୋଗେ ଛେନାପଦିଛକକୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସୁଥିଲା । ଠୁଣିଗାଁ ନିକଟରେ ଏକ ଛେଳି ତାଙ୍କ ବାଇକ ସମ୍ମୁଖକୁ ଦୌଡି ଆସିବାରୁ ସେ ହଠାତ ବ୍ରେକ ମାରିଥିଲେ । ଫଳରେ କାର୍ତ୍ତିକ  ବହୁ ଦୁରକୁ ଛିଟିକି ପଡିବା ସହିତ ତାଙ୍କ ଗୋଡ ଭାଙ୍ଗିଯିବା ସହିତ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ପ୍ରକାଶ ମଧ୍ୟ ତଳେ ପଡି ଯାଇ ଆହତ ହୋଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ ।  ଖବରପାଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କାର୍ତ୍ତିକକୁ କଟକ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ