ଗଜପତି କଲେଜ ଅଫ୍ ଫାର୍ମାସୀ ତରଫରୁ ଶୋଭାଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ୫୮ତମ ଜାତୀୟ ଫାର୍ମାସୀ ସପ୍ତାହ ଆଜିଠାରୁ ପାଳନ ହେଉଛି । ଏହି ଉପଲକ୍ଷେ ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣିପେଣ୍ଠ ଠାରେ ଥିବା ଗଜପତି କଲେଜ ଆଫ୍ ଫାର୍ମାସୀ ତରଫରୁ ଏକ ସୋଭାଯାତ୍ରା ସହର ପରିକ୍ରମା କରିଥିଲା । ପାରଳା ରାଜପ୍ରାସାଦ ଠାରୁ ସୋଭାଯାତ୍ରା ବାହାରି ମୁଖ୍ୟ ଚିକିତ୍ସାଳୟ ପର୍ଯନ୍ତ ପରିକ୍ରମା ହୋଇଥିଲା । ସୋଭାଯାତ୍ରାକୁ ବିନୋଦିନି କଲେଜର ଆଧ୍ୟାପକ ରବୀନ୍ଦ୍ର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ସୁଭାରମ୍ଭ କରିଥିଲେ । ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଫାର୍ମାସୀ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ଦ୍ୱାରା ହାଲୁକା କାଦ୍ୟ ପ୍ରଦାନ କରାଯାଇଥିଲା । କଲେଜର ଅଧ୍ୟକ୍ଷ ଡଃ.ସଚିନନ୍ଦନ ଦାସ,ପ୍ରଶାସନିକ ଅଧିକାରୀ ବର ପ୍ରସାଦ ତ୍ରୀପାଠୀ, ଅଧ୍ୟାପକ ପ୍ରବୀଣ ମିଶାଲ,ଅଧ୍ୟାପିକା ରସ୍ମିତା ଦାସ,ଚଞ୍ଚଳା ଚପାତି,ନନ୍ଦିନି ମାଝି ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ