ଭୂସ୍ଖଳନ ପରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି : ଦୁଇ ଗାଁକୁ ଯାତାୟତ ସ୍ୱଭାଭିକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମୁକାବିଲା ପାଇଁ ଏକ ନମ୍ବର ରହିଥିବା ବେଳେ । ଏହାର ନମୁନା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବି.କଳାକାଟ ପଞ୍ଚାୟତ ଅଧିନସ୍ଥ ଜାଙ୍ଗରିତୁଲ ଓ ବଙ୍ଗଡ଼ିସିଂ ଗ୍ରାମ ନିକଟରେ ଲଗାଣ ବର୍ଷା ପ୍ରଭାବରେ ରବିବାର ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନ ପରେ ଏହି ଦୁଇ ଗାଁ ମୁଖ୍ୟ ରାସ୍ତା ପଥର ମାଟିରେ ଅବରୋଧ ହୋଇ ଯାଇଥିଲା ଫଳରେ ଯାତାୟତ ଠପ ହୋଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ ଘଟଣା ପର ଠାରୁ ପ୍ରାଥମିକ ସ୍ତରରେ ତତ୍ପରତା ହୋଇ ଅନେକ ପ୍ରବାହିତ ହେଉଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ।ସୂଚନାଯୋଗ୍ୟ ଯେ ଭୂସ୍ଖଳନ ଯୋଗୁଁ ଯେଉଁ କୋଲବର୍ଟ ମାଟିରେ ମିଶି ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା । କିନ୍ତୁ ଆଜି ଏହି ରାସ୍ତାଟି ଯାତାୟତ ନିମନ୍ତେ ସ୍ୱଭାଭିକ ହେଇଛି । ରବିବାର ଦିନରାତି ଜେସିପି ମାଧ୍ୟମରେ ଏହି ରାସ୍ତା କାମ କରିବା ସହ ବଙ୍ଗଡ଼ିସିଂ ଠାରୁ ବଡ଼ କଳାକଟ ପର୍ଯ୍ୟନ୍ତ କୌଣସି ପ୍ରକାର ଅସୁବିଧା ନଥିବା ଜଣାପଡ଼ିଛି । ସେହିପରି ଏହି ଦୁଇ ଗ୍ରାମର ପିଇବା ପାଣି ବନ୍ଦ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଦୁଇଟି ପାଣି ଟେଙ୍କର ବ୍ୟବସ୍ଥା କରାଯାଇଛି । ଏବଂ ୩ଦିନ ଧରି କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି ବୋଲି ବିଡ଼ିଓ ଭାସ୍କର ଚନ୍ଦ୍ର ସାହୁ କହିଛନ୍ତି । ବିଶେଷ କରି ଚାଷଜମି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆରଆଇ ଓ କୃଷି ଅଧିକାରୀମାନେ ଉପସ୍ଥିତ ରହି କ୍ଷୟକ୍ଷତିର ଆକଳନ ଜାରି ରହିଛି । ଆକଳନ ପରେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ଦ୍ଵାରା କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି ତହସିଲଦାର । କ୍ଷତିଗ୍ରସ୍ତ ଚାଷୀମାନେ ସ୍ଥାନୀୟ ସରପଞ୍ଚ ଶୁଭନିତା ରଈତ, ପିଇଓ, ନାଇବ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଜରିଆରେ ଆବେଦନ ପ୍ରକ୍ରିୟା ଜାରି କରାଯାଇଛି ବୋଲି କହିଛନ୍ତି ସରପଞ୍ଚ । ଏନେଇ ୧୦ହେକ୍ଟର ଚାଷଜମି ଉପରେ ମାଟି ପଥର ପଡ଼ି ନଷ୍ଟ ହେଇଥିବା ଆନୁମାନିକ କରାଯାଇଛି ବୋଲି କହିଛନ୍ତି ଗୁମ୍ମା ଆରଆଇ ପ୍ରାଣ କୃଷ୍ଣ ପ୍ରଧାନ ।


