ବନ୍ତରେ ନୂତନ ବିଇଓଙ୍କୁ ନିଯୁକ୍ତି
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ନଂ-୧୫୯୫୫/ତା-୨୨-୭-୨୨ ରିଖ ଅନୁଯାୟୀ ବନ୍ତ ବ୍ଲକରେ ନୂତନ ବିଇଓ ଭାବେ ମଞ୍ଜୁବାଳା ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ସେ ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ ଥିବା ବେଳେ ଗତ ମେ ମାସରେ ତାଙ୍କର କପ୍ତିପଦା ବ୍ଲକକୁ ବଦଳି ହୋଇଥିଲା । ଏହି ବଦଳିକୁ ରୂପାନ୍ତରିତ କରାଯାଇ ତାଙ୍କୁ ବନ୍ତ ବ୍ଲକରେ ନିଯୁକ୍ତି ଦିଆଯାଇଛି ।


