ମା ଜଗେଶ୍ୱରୀ ଇଡିସି ପକ୍ଷରୁ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-୭୩ତମ ବନ ମହୋତ୍ସବ ପାଳନ ଅବସରରେ କୋଣାର୍କ ବନବିଭାଗ ଓ ବାଣପଦା – ଡାଳିମ୍ବଗୋରଡି ଗ୍ରାମର ମା ଜଗେଶ୍ଵରୀ ଇଡିସି ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଡିସିର ସଭାପତି ବିଶ୍ୱଜିତ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବନପାଳ ରବିନ୍ଦ୍ର କୁମାର ସ୍ଵାଇଁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ଗାର୍ଡ ଦୁର୍ଯ୍ୟୋଧନ ପରିଡା, ଇଡିସିର ସଂପାଦକ କାଳନ୍ଦୀ ନାୟକ, କୋଷାଧ୍ୟକ୍ଷ ଦେବେନ୍ଦ୍ର କାଣ୍ଡି, ସୁମନ୍ତ କୁମାର ବେଉରା, ମନ୍ଦର ଧର ନାୟକ, ଗଗନ ବେଉରା, ପ୍ରଫୁଲ୍ଲ କାଣ୍ଡି ଓ ରବିନ୍ଦ୍ର ବେଉରା ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷରୋପଣ କରିଥିଲେ ।


