ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ଅଭିଯୋଗ କାରୀଙ୍କ ଠରୁ ଅଧିକାରୀଙ୍କ ସଂଖ୍ୟା ଅଧିକ 

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ କେନ୍ଦୁଝର ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣୀ ସମ୍ପର୍କରେ ଲୋକମାନଙ୍କୁ ସୁଚନା ଦିଆଯାଇ ନଥିବାରୁ ଏହି ଶିବିରରେ ଅଭିଯୋଗ କାରୀଙ୍କ ସଂଖ୍ୟ। ଢେର ନଗନ୍ୟ ଥିଲା । ଏପରିକି ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ଅଭିଯୋଗ କାରୀଙ୍କ ଠାରୁ ଅଧିକ ହୋଇଯାଇଥିଲା । ଅଭିଯୋଗ ଶିବିରକୁ ଜିଲ୍ଲାପାଳ ଓ ଏସପି ବହୁ ବିଳମ୍ବରେ ଆସିଥିଲେ । କିନ୍ତୁ ତା ପୁର୍ବରୁ ଏଡିଏମଙ୍କ ଦ୍ୱାରା ଅନେକ ଅଭିଯୋଗ କାରୀଙ୍କ ଅଭିଯୋଗ ଶୁଣାଣି ସରିଯାଇଥିବାରୁ ଜିଲ୍ଲାପାଳ ମାତ୍ର ଅଳ୍ପ କେତୋଟି ଅଭିଯୋଗ ଶୁଣି ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ବିଡିଓ ବିଚିତ୍ର କୁମାର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ, ଏସପିଙ୍କ ବ୍ୟତିତ ଆନନ୍ଦପୁର ଉପଜିଲ୍ଲାପାଳ, ଅତିରିକ୍ତ ତହସିଲଦାର,  ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିଥିଲେ । ମୋଟ ୧୩୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୬୩ଟି ଆବାସ ଯୋଜନା ସମ୍ପର୍କିତ ହୋଇଥିବାବେଳେ ୨୯ଟି ଭତ୍ତା, ୮ଟି ପିଡିଏସ , ୩୦ଟି ଅନ୍ୟାନ୍ୟ ଅଭିଯୋଗ ଥିଲା । ଗୋପାଳକୃଷ୍ଣ ରାଉତ ହାଟଡିହିରେ ଷ୍ଟେଟବ୍ୟାଙ୍କର ଶାଖା ସ୍ଥାପନ ପାଇଁ ଜିଳ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ  ନନ୍ଦିପଦାର ସମାଜସେବୀ ଭଗବାନ ରାଉତ ଆନନ୍ଦପୁର-ଭଦ୍ରକ ରାସ୍ତାର ନନ୍ଦିପଦା ହାଟ ଠାରୁ ନନ୍ଦିପଦା ଗାଁକୁ ଲାଗିଥିବା ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ସମଣା ଗ୍ରାମର କିଛି ଯୁବକ ସମଣା ନଦୀବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ସହିତ ବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଏହାକୁ ନିର୍ମାଣ କରିବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ସେହିପରି ଆନନ୍ଦପୁର-ଭଦ୍ରକ ରାସ୍ତା ଓ ଛେନାପଦି ହଦଗଡ ରାସ୍ତାରେ ଥିବା କଲଭଟ ଗୁଡିକ ପୋତି ହୋଇଯାଇଥିବାରୁ ଜଳନିସ୍କାସନରେ ବ୍ୟାଘାତ ଘଟିବା ସହିତ ଛେନାପଦି, ଗଳିଗୋପାଳପୁର ଗ୍ରାମର ଏକର ଏକର ଚାଷଜମି ଜଳମଗ୍ନ ହୋଇ ଧାନଚାଷ କ୍ଷତିଗ୍ରସ୍ଥ ହେଉଥିବା ନେଇ ଅଭିଯୋଗ କରିଥିଲେ । ତେଣୁ ଏହି କଲଭଟ ମୁହଁ ଗୁଡିକୁ ସଫା କରି ଜଳ ନିସ୍କାସନ କରିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅବିନାଶ ପତି, ଶ୍ରବଣ କୁମାର ପରିଡା, ହରେକୃଷ୍ଣ ପ୍ରଧାନ, ରାଜେଶ ସାହୁ, ସୁବ୍ରତ କୁମାର ନାୟକ, ଜୀବନ ରାଉତ, ଭୁବନେଶ୍ୱର ମହାପାତ୍ର,  ଜିତେନ୍ଦ୍ର କୁମାର ଜେନା, ନରହରି ନାୟକ, କୋଦଣ୍ଡଧର ପଣ୍ଡା, ଶରତ ବେଜ, ଶରତ ସାହୁ, ପ୍ରଙ୍କଜ  ତ୍ରୀପାଠୀ, ବିନୟ ମଲ୍ଲିକ, ପ୍ରଶାନ୍ତ ବାରିକ, ପୁର୍ଣ୍ଣେନ୍ଦୁ ଥାଟୋଇ, ରାଜୀବ ଦାସ, ସିତିକାନ୍ତ ଜେନା, ମଧୁସ୍ମିତା ମହାନ୍ତି, ବିନୋଦ ସାହୁ, ସୁଦର୍ଶନ ଘଡେଇ ପ୍ରମୁଖ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ