ବେଆଇନ ବାଲିଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ୮ଟି ହାୱ ଜବତ
କରଞ୍ଜିଆ, (ଜିତେନ୍ଦେରରାଜ) : ବାଲି ମାଫିଆଙ୍କ ଚୋରା ଭୂମି ପାଲଟିଛି କରଞ୍ଜିଆ ଉପଖଣ୍ଡ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଉଥିଲେ ମଧ୍ୟ୍ୟ ପ୍ରଶାସନ ର ନିଦ ଭାଙ୍ଗୁନଥିବା ବେଳେ ବେଆଇନ ବାଲିଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ୮ଟି ହାୱ ଜବତ କରଯାଇ ପୋଲିସ ଜିମାରେ ଦିଆଯାଇଥିବା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଓଡିଶା ଝାରଖଣ୍ଡ ସୀମାରେ ଥିବା କଙ୍ଗିରା ନଦୀର ଜବାସାହି ନିକଟରେ ବେଆଇନ ବାଲିଚାଲାଣ ହେଉଥିବା ବେଳେ,ଏକସଙ୍ଗେ ୮ଟି ହାଇୱା ଗାଡିକୁ ଜବତ କରି ଥାନାରେ ଜିମା ଦେଇଛନ୍ତି ୫ଟି ଗ୍ରାମର ଗ୍ରାମବାସୀ।ଦୀର୍ଘ ମାସ ଧରି ସମ୍ପୃକ୍ତ ସ୍ଥାନରେ ବେଆଇନ ବାଲି ଚାଲାଣ କରାଯାଉଥିଲା, ଯାହାକୁ ନେଇ ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା,ଯାହା ଫଳରେ ଆଜି ବାଧ୍ୟ ହୋଇ ଘାଗରବେଡା ଥାନା ଅନ୍ତର୍ଗତ ଘାଗରବେଡା, ମୋରିଚା, ବୈଦୁସାହି, ଗୁଲାମସାହି, ବ୍ରାହ୍ମଣୀପୋଷି ଗ୍ରାମର ଗ୍ରାମବାସୀ ମିଶି ଗାଡିଗୁଡିକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ଅନ୍ୟପଟେ ଘାଘରବେଡା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ୮ ଜଣ ଗାଡି ଚାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଘାଗରବେଡା ଥାନା ଅଧିକାରୀ।


