ବନ୍ୟା ଅଞ୍ଚଳ ବୁଲି ଦେଖିଲେ ସଦର ବିଧାୟକ
ବାଲେଶ୍ୱର, (ସରୋଜ ପଣ୍ଡା):ଲଘୁଚାପ ଜନିତ ଲଗାଣ ବର୍ଷାରେ ସଦର ବ୍ଳକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ହୋଇଥିବା କ୍ଷୟକ୍ଷତି ଶନିବାର ପରିଦର୍ଶନ କରିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ । ସେ ନିଜର ସହଯୋଗୀଙ୍କୁ ନେଇ ସକାଳେ ରୂପସା, ରାଇସୁଆଁ, ହଳଦୀପଦା ଓ କସିପଦା ପ୍ରଭୃତି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ପାଣିଘେରରେ ରହିଥିବା ଏବଂ ପାଣି ଛାଡ଼ି ଯାଇଥିବା ଅଞ୍ଚଳର ଲୋକଙ୍କୁ ରିଲିଫ, ପାନୀୟଜଳ, ଔଷଧ ପ୍ରଭୃତି ପ୍ରଦାନ ବାବଦରେ ତୁରନ୍ତ ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ସହ ପ୍ରଶାସନ ସହ ଆଲୋଚନା କରିଛନ୍ତି । ସଦର ବ୍ଲକର ବିଭିନ୍ନ ଅଞ୍ଚଳ ବୁଲିବା ବେଳେ ବିଧାୟକ ଶ୍ରୀ ଦାସଙ୍କ ବନ୍ୟାଞ୍ଚଳ ପରିଦର୍ଶନ ବେଳେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ଜିଲା ପରିଷଦ ସଦସ୍ୟା ସଞ୍ଜୟ ବେହେରା, ବିଜେଡି ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ସରପଞ୍ଚ ଅଜିତ ମହାପାତ୍ର, ବରେନ୍ଦ୍ର ସେଠୀ, ଗଙ୍ଗାମଣି ବେହେରା, ମାଳତୀ ପ୍ରଧାନ, ସମିତି ସଭ୍ୟ ଦୀପକ ଜେନା, ବିଜୟ ଦାସ, ଭଗବତୀ ପଣ୍ଡା, ଶାନ୍ତିଲତା ବେହେରାଙ୍କ ସମେତ ଯୁବନେତା ଶକ୍ତିପଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।


