କୋର୍ଟରୁ ଜାମିନରେ ଆସିବା ପରେ ଅଭିଯୁକ୍ତ ନିଜକୁ ନିର୍ଦୋଶ ବୋଲି କହିଲେ

ଫୁଲବାଣୀ, (ସୁନିଲ କୁମାର ବେହେରା):ସ୍ଥାନୀୟ ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ହ୍ରୀତିକ ପ୍ରଧାନ କୋର୍ଟରୁ ଜାମିନରେ ଆସିବା ପରେ ନିଜକୁ ନିର୍ଦୋଶ ଏବଂ ମୋତେ ସଢଯନ୍ତ୍ର କରି ଚୋରି କେଶରେ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ। ହ୍ରୀତିକଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୩ ମସିହାରେ ତାଙ୍କ ଗ୍ରାମର ଜଣେ ଯୁବକ ଚାକିରୀ ଯୋଗାଇଦେବ ବୋଲି ତାକୁ ସିକନ୍ଦରବାଦ ନେଇଥିଲା l ଦୁହେଁ ମିଶିକି ଗୋଟିଏ ଘରେ ରହୁଥିଲେ l ତେବେ ହ୍ରୀତିକ ସିକନ୍ଦରାବାଦରେ ବୁଲୁଥିବା ବେଳେ ରାସ୍ତାରୁ ଗୋଟିଏ ବ୍ୟାଗରେ ସୁନା ପାଇଥିଲା l ଏ ବିଷୟରେ ସେ ତାର ବନ୍ଧୁ କିଷାନକୁ କହିଥିଲା l ଆଉ ଦୁହେଁ ମିଶି କିଛି ସୁନା ସେଠାରେ ବିକ୍ରୀ କରିଥିଲେ l ଆଉ ସେହି ଟଙ୍କାଙ୍କୁ ଉଭୟ ବାଣ୍ଟି ଥିଲେ l ଅବଶିଷ୍ଟ ସୁନା କିଷାନ ନିଜ ପାଖରେ ରଖିଥିଲା, ମାଗିଲେ ଦେଉନଥିଲା l ଲୁଚାଇ ରଖୁଥିବା ହ୍ରୀତିକ ଜାଣିପାରି ସେଗୁଡିକୁ ନେଇ ଆସି ଫୁଲବାଣୀରେ ପହଞ୍ଚିଥିଲେ । ସେସବୁକୁ ଫୁଲବାଣୀରେ ବିକ୍ରି କରିବାକୁ ଚେଷ୍ଟା କରିବା ବେଳେ ଏହି ବାବଦରେ ଖବର ପାଇ ଫୁଲବାଣୀ ଟାଉନ ଥାନା ପୁଲିସ ତାକୁ ସେଠାରୁ ଆଣି ସିକନ୍ଦରାବାଦ ପୁଲିସକୁ ସୂଚନା ଦେଇଥିଲା। ଏହି ସୁନାକୁ ଜଣେ ମହିଳାଙ୍କ ଠାରୁ ଚୋରି କରିଥିବା ନେଇ ସିକନ୍ଦରାବାଦ ମାର୍କେଟ ଥାନାରେ ଏକ ଅଭିଯୋଗ କରାଇ ମାମଲାରେ ଫସାଇଥିବା ଯୋଗୁଁ ତାକୁ ଫୁଲବାଣୀରୁ ସିକନ୍ଦରାବାଦ ପୁଲିସ ଗତ ୨୫ ତାରିଖରେ ଗିରଫ କରି ଏଠାରୁ ନେଇ ଯାଇଥିଲା । ତାକୁ ନେବାବେଳେ ପ୍ରଥମେ ଫୁଲବାଣୀ କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ୍ ରିମାଣ୍ଡରେସିକନ୍ଦରାବାଦକୁ ନେବା ବଦଳରେ ସେଭଳି କିଛି ନକରି ତାକୁ ସିଧାସଳଖ ପୁଲିସ ସିକନ୍ଦରାବାଦ ଟାଉନ୍ ଥାନାରୁ ଉଠାଇ ନେଇଥିଲା। ଏହା ବାସ୍ତବିକ ସତ ହୋଇଥିଲେ ସାଂଘାତିକ ବୋଲି ସ୍ଥାନୀୟ ଆଇନଜୀବୀ ମତ ଦେଇଛନ୍ତି। ତେଣୁ ସେ ଓ ପରିବାର ଲୋକ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିବେ ବୋଲି ମା’ ବାସନ୍ତି ପ୍ରଧାନ ଏବଂ ଭାଇ ଆଲୋକ ଦିଗାଲ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ