ଯୁବକ ଙ୍କ ଗଳିତ ଶବ ଉଦ୍ଧାର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଳା ଅସ୍ତରଙ୍ଗ ଥାନା ପୋଲିସ ଦେବୀ ନଦୀ ବାମ ପାର୍ଶ୍ୱ ରିଶୋଲ -ଅସନ ନଦୀ ଘାଟ ଠାରୁ ଜଣେ ଅପରିଚିତ ଯୁବକ ଙ୍କ ଗଳିତ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚାରିଛକ ପଠାଇଛି। ସୂଚନା ଯୋଗ୍ୟ କି, ଅସନ ଗ୍ରାମ ର କିଛି ମତ୍ସ୍ୟଜିବୀ ନଦୀ ରେ ମାଛ ମାରୁଥିବା ବେଳେ ଗୋଟିଏ ଶବ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ। ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ସଦଳବଳେ ଘଟଣାସ୍ଥଳରେ ପହଁଚି ଯୁବକ ଙ୍କ ଶବ କୁ ଜବତ କରି ଥିଲେ। ଯୁବକ ଜଣଙ୍କ ର ୩/୪ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତ ଯୁବକ ଗୋଟିଏ ଜିନ୍ସ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧିଥିବା ବେଳେ ତାଙ୍କ ଅଣ୍ଟା ରେ ବେଲ୍ଟ ରହିଛି ।ଯୁବକ ଙ୍କ ପରିଚୟ ମିଳି ପାରି ନାହିଁ। ଯୁବକ ଙ୍କ ପରିଚୟ ମିଳିଲେ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁ କିପରି କେଉଁଠି ହୋଇଛି ଜଣାପଡ଼ିବ ବୋଲି ଆଇ ଆଇ ସି ଶ୍ରୀ ପରିଡ଼ା କହିଛନ୍ତି। ଏହି ଘଟଣା ସମଗ୍ର ଅସ୍ତରଙ୍ଗ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ