ବାଇକରୁ ପଡ଼ି ମହିଳାଙ୍କ ମୃତ୍ୟୁ

ବାଲେଶ୍ୱର, (ସରୋଜ ପଣ୍ଡା):ବାଇକରୁ ଖସିପଡ଼ି ସଦର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ବରିଷ୍ଠ ଆଇନଜୀବୀ ରଘୁନାଥ ଦାସଙ୍କ ପତ୍ନୀ ସୁଷମା ଦାସଙ୍କର ଶନିବାର ମୃତ୍ୟୁ ହୋଇଯାଇଛି । ବାଲେଶ୍ୱର ଟାଉନରୁ ଆଇନଜୀବୀ ଶ୍ରୀ ଦାସ ବାଇକରେ ପତ୍ନୀ ସୁଷମାଙ୍କୁ ନେଇ ଭୀମପୁର ଘରକୁ ଯାଉଥିଲେ । ଅପରାହ୍ଣ ପ୍ରାୟ ୪ଟା ବେଳେ ସେମାନେ ରସାଳପୁରରୁ ଭୀମପୁର ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗତ କିଛିଦିନ ପୂର୍ବରୁ ଏହି କଂକ୍ରିଟ ରାସ୍ତାରେ ହୋଇଥିବା ପ୍ରାୟ ଫୁଟେ ଉଚ୍ଚର ମରାମତି ସ୍ଥଳରେ ବାଇକର ଆଗ ଚକ ହଠାତ ଉଠିଯାଇଥିବା ବେଳେ ସୁଷମା ତଳକୁ ଖସିପଡ଼ିଥିଲେ । ଏଥିରେ ତାଙ୍କର ମୁଣ୍ଡର ପଛପାଖ କଂକ୍ରିଟରେ ମାଡ଼ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ବି ଡାକ୍ତର ସୁଷମାଙ୍କୁ ମୃତ ଘୋଷଣା କରିଥିଲେ । ସଂଧ୍ୟା ହୋଇ ଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନଥିବା ଜଣାଯାଇଛି । ଜଣେ ଧର୍ମପ୍ରାଣା ମହିଳାଙ୍କର ଆକସ୍ମିକ ବିୟୋଗକୁ ନେଇ ପରିବାର ସମେତ ଭୀମପୁର ମହାଜନସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ