ଭାଲୁ ଆକ୍ରମଣ ରେ ଜଣେ ଆହତ, ଡାକ୍ତରଖାନା ରେ ଭର୍ତ୍ତି
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଭାଲୁ ଓ ତାର ୨ ଛୁଆ ଙ୍କ ଆକ୍ରମଣ ରେ ଜଣେ ଆହତ ହୋଇ ଥିବା ଖବର ଆସିଛି । ଖବର ରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭାଲିଆଡାଳ ପଞ୍ଚାୟତ ବାଘଦଫା ଗ୍ରାମର ଲଙ୍ଗୁରା ବଦ୍ରା ଙ୍କ ପୁତ୍ର ହାରସିଙ୍ଗ ବଦ୍ରା ନିଜ ବିଲକୁ ପାଣି ବାନ୍ଧିବାକୁ ଯାଇଥିବା ସମୟରେ ନିକଟସ୍ଥ ଜଙ୍ଗଲ ରୁ ଗୋଟିଏ ମାଇଁ ଭାଲୁ ଓ ତାର ଦୁଇଟି ଛୁଆ ତାଙ୍କୁ ଅତର୍କିତ ଭାବେ ଗୋଡ଼ ଉପରକୁ ଆକ୍ରମଣ କରିଥିଲେ । ଭାଲୁ ଓ ତାର ଛୁଆ ଙ୍କ ହାରସିଙ୍ଗ ଙ୍କ ଉପରକୁ ଆକ୍ରମଣ ପରେ ତାଙ୍କ ଚିତ୍କାର ଶୁଣି ନିକଟ ବିଲରେ ଥିବା ତାଙ୍କ ପୁଅ ଦୌଡ଼ି ଆସି ଭାଲୁଙ୍କୁ ଘୋଉଡ଼େଇ ବାରୁ ଭାଲୁ ଓ ତାର ଛୁଆ ମାନେ ହାରସିଙ୍ଗ ଙ୍କୁ ଛାଡି ଜଙ୍ଗଲ ଆଡକୁ ଦୌଡ଼ି ପଳାଇ ଯାଇଥିଲେ । ଭାଲୁ ଙ୍କ ଆକ୍ରମଣ ରେ ହାରସିଙ୍ଗ ଙ୍କ ଆଣ୍ଠୁ ଓ ଗୋଡ଼ ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ତୁରନ୍ତ ପରିବାର ଲୋକେ ଠାକୁରମୁଣ୍ଡା ଡାକ୍ତରଖାନା ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ସେଠାରେ ତାଙ୍କ ଚିକିତ୍ସା ଜାରିରହିଛି । ଅଂଚଳରେ ବାରମ୍ବାର ଭାଲୁ ଆକ୍ରମଣ ଘଟଣା ମାନ ବୃଦ୍ଧି ପାଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି ଓ ବନବିଭାଗ ମଧ୍ୟ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିପାରୁନାହିଁ ଯାହା ଦ୍ୱାରା ଭାଲୁ ଆକ୍ରମଣ ଘଟଣା ମାନ ବୃଦ୍ଧି ପାଇବାରେ ଲାଗିଛି । ଘଟଣା ସମ୍ପର୍କ ରେ ବନବିଭାଗ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।