ଗୁଣୁପୁର-କଟକ “ମେମୋ” ଟ୍ରେନ’ରେ ସଫେଇ କାର୍ଯ୍ୟ ହେଉ ନଥିବା ଯୋଗୁଁ ବଗି ଦୁର୍ଗନ୍ଧମୟ ହୋଇ ପଡ଼ିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୁଣୁପୁର କଟକ ମେମୋ ଟ୍ରେନରେ ସଫେଇ କାର୍ଯ୍ୟରେ ଚରମ ଅବ୍ୟବସ୍ଥା କରା ଯାଉଥିବା ଯୋଗୁଁ ବହୁ ସମ୍ପୂର୍ଣ୍ଣ ଦୁର୍ଗନ୍ଧମୟ ହୋଇପଡିଛି । ଯାତ୍ରୀମାନେ ଦୁର୍ଗନ୍ଧ ଯୋଗୁଁ ନାହିଁ ନ ଥିବା ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ପଲାଶା-ଭୁବନେଶ୍ୱର ନଂ- ୦୮୪୨୧/୦୮୪୨୨ ମେମୋ ଟ୍ରେନ’କୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଳାଚଳ କରିବା ପାଇଁ ପାରଳାଖେମୁଣ୍ଡି ଓ ଗୁଣୁପୁର ଅଞ୍ଚଳ’ର ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀ’ଙ୍କ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ’ଙ୍କ ଠାରେ ବହୁବାର ଦାବୀ କରା ଯାଇଥିଲା ।ଫଳରେ ଗତ ଜୁଲାଇ ୨୦ ତାରିଖ’ରୁ ଏହି ମେମୋ ଟ୍ରେନ’କୁ କଟକ ଠାରୁ ଗୁଣୁପୁର ଭାୟା ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇ ଚଳାଚଳ ଆରମ୍ଭ କରିଥିଲା । ଏହାଦ୍ବାରା ଗୁଣୁପୁର ତଥା ଗଜପତି ଜିଲ୍ଲା ଅଞ୍ଚଳ’ର ବହୁ ରେଳଯାତ୍ରୀ ସ୍ୱଳ୍ପଭଡ଼ା ଟିକଟ ଯାହାକି , ବସ ଭଡା ଠାରୁ ୪ ଗୁଣା କମ୍ ଭଡ଼ାରେ ସ୍ବଛନ୍ଦ’ରେ ଗମନାଗମନ କରିବାର ବାଟ ପାଇ ପାରିଲେ ।ଏମିତିକି , ଯାତ୍ରୀମାନେ ବଡ଼ି-ଭୋର’ରୁ ଏହି ଅଞ୍ଚଳ ମାନଙ୍କ’ରୁ ବାହାରି ଏହି ମେମୋ ଟ୍ରେନ ଯୋଗେ ସକାଳ ୧୦ ଟା ସୁଦ୍ଧା ଭୁବନେଶ୍ଵର -କଟକ ଠାରେ ପହଞ୍ଚି ସେଠାରେ ନିଜର ଜରୁରୀ କାର୍ଯ୍ୟ ଯଥା:- କୋର୍ଟ-କଚେରୀ କାର୍ଯ୍ୟ , ସରକାରୀ ଦପ୍ତର କାର୍ଯ୍ୟ , ସ୍ୱାସ୍ଥ୍ୟ ଜନିତ ମେଡିକାଲ କାର୍ଯ୍ୟ ଏବଂ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ଶିକ୍ଷାନୁଷ୍ଠାନ’ରେ ପଢ଼ାପଢ଼ି କାର୍ଯ୍ୟ ପ୍ରଭୃତି ସୁବିଧାରେ କରି ପାରିବେ ।ହେଲେ ଅତ୍ୟନ୍ତ ଦୁଃଖ ଓ ବିଡ଼ମ୍ବନାର ବିଷୟ ଯେ , ଏହି ଟ୍ରେନ ଯୋଗେ ଯାତ୍ରୀଙ୍କୁ ସେମାନ’ଙ୍କ ଗନ୍ତବ୍ୟ ସ୍ଥଳ’କୁ ଯିବା ଆସିବା’ରେ ବହୁ ସୁବିଧା ହେଉଥିବା ବେଳେ ଟ୍ରେନ’ର ବଗି ଗୁଡ଼ାକ ଦୀର୍ଘଦିନ ଧରି ସଫେଇ କାର୍ଯ୍ୟ ହେଉ ନ ଥିବା ଯୋଗୁଁ ବଗି ଗୁଡ଼ାକ ସମ୍ପୂର୍ଣ୍ଣ ପୁତ୍ତି ଗନ୍ଧମୟ ହୋଇ ପଡ଼ିଛି । ପ୍ରତିଦିନ ପ୍ରତ୍ୟେକ ବଗି ମଧ୍ୟରେ କୁଢ଼କୁଢ ମଇଳା ଆବର୍ଜନା ପଡ଼ିରହିଛି , ତାହା ଦୀର୍ଘଦିନ ପର୍ଯ୍ୟନ୍ତ ସଫେଇ ନ ହେବା ଫଳରେ ଅତ୍ୟନ୍ତ ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି କରୁଛି ।ଏହି କାରଣ’ରୁ ଆନ୍ଧ୍ର- ଓଡ଼ିଶା ରେଳ ବ୍ୟବହାରିକ ସଂଘ’ର ଆବାହକ ଡଃ ସତ୍ୟ ପ୍ରକାଶ ପଣ୍ଡା ବହୁବାର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଭୁବନେଶ୍ଵର ସ୍ଥିତ ପୂର୍ବତଟ ରେଳ ମହା ପ୍ରବନ୍ଧକ ଶ୍ରୀ ଏ କେ: ଶ୍ରୀବାସ୍ତବ’ଙ୍କ ନଜର’କୁ ଅଣାଯିବା ଫଳରେ ଗୁଣୁପୁର ରେଳ ଷ୍ଟେସନ ଠାରେ ଗତ ପ୍ରାୟ ୧୦ ଦିନ ହେଲା ଏହି ଟ୍ରେନ’ର ବଗି ଗୁଡ଼ାକ’ର ମଇଳା ଆବର୍ଜନା ସଫା କରିବା ପାଇଁ ରେଳ ବିଭାଗ ପକ୍ଷ’ରୁ ଏକ ସଫେଇ ଠିକାଦାର’କୁ ନିଯୁକ୍ତି କରା ଯାଇଥିବା ଜଣାଯାଇଛି ।ଏହା ହେବାଦ୍ବାରା ପ୍ରତିଦିନ ଏହି ମେମୋ ଟ୍ରେନ ବଗି ଗୁଡ଼ାକ’ର ସଫେଇ କାର୍ଯ୍ୟ ହୋଇପାରୁଛି , ହେଲେ ଗୁଣୁପୁର ରେଳ ଷ୍ଟେସନ କି କଟକ ରେଳ ଷ୍ଟେସନ ଠାରେ ଏହି ଟ୍ରେନ’ର ବଗି ଗୁଡ଼ାକ’ରେ ପାଣି ଭରିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ଯୋଗୁଁ ବଗି ମଧ୍ୟରେ ଥିବା ଟୟଲେଟ (ଲେଟ୍ରିନ)ଗୁଡ଼ାକ ଦୀର୍ଘଦିନ ଧରି ମଳମୁତ୍ର ଜମିରହୁଛି , ଧୁଆ ସଫେଇ ହେଉ ନ ଥିବା ଯୋଗୁଁ ଅତ୍ୟନ୍ତ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ।ଏହାଦ୍ବାରା ରେଳଯାତ୍ରି ଯାହାକି ମୁଖ୍ୟତଃ ମହିଳା ଓ ଦିବ୍ୟାଙ୍ଗ ଯାତ୍ରୀ ଟୟଲେଟ୍ ଯିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଲେଟ୍ରୀନ ଯାଇପାରୁ ନ ଥିବା ଅଭିଯୋଗ’ରୁ ଜଣାଯାଇଛି । ଏଭଳି ଅବ୍ୟବସ୍ଥା ପ୍ରତି ରେଳ ବିଭାଗ ତୁରନ୍ତ ଜରୁରୀ ପଦକ୍ଷେପ ନେବାପାଇଁ ରେଳ ବ୍ୟବହାରିକ ସଂଘର ଆବାହକ ଡଃ ସତ୍ୟ ପ୍ରକାଶ ପଣ୍ଡା ପୁଣି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ’ଙ୍କ ସମେତ ବିଶାଖାପାଟଣା ସ୍ଥିତ ଡିଆରଏମ: ଶ୍ରୀ ଅନୁପ କୁମାର ଶତପଥୀ ଏବଂ ଭୁବନେଶ୍ଵର ସ୍ଥିତ ପୂର୍ବତଟ ରେଳ ମହା ପ୍ରବନ୍ଧକ ଶ୍ରୀ ଏ କେ.ଶ୍ରୀବାସ୍ତବ’ଙ୍କ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି ସୂଚନାଯୋଗ୍ୟ ଯେ , ଏହି ଟ୍ରେନ ପଡ଼ିବା ତଥା ଚଳାଚଳ କରିବା ଦ୍ଵାରା ବହୁ ଗରିବ ଆଦିବାସୀ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବିଶେଷ କରି ଏହି ଟ୍ରେନ ଯୋଗେ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରିବା ପାଇଁ ଏହି ଟ୍ରେନ ଉପରେ ହିଁ ନିର୍ଭର କରି ଆସୁଛନ୍ତିଏହିଟ୍ରେନ’ଟିଏହିଅଞ୍ଚଳବାସୀ’ଙ୍କ ପାଇଁ ଏକ ଜୀବନ-ରେଖା ସଦୃଶ ଅଟେ । ଯେହେତୁ ଏ ଅଞ୍ଚଳ’ରୁ ଲୋକେ ବଡ଼ି ଭୋର ସମୟ’ରୁ ଏହି ଟ୍ରେନ ଯୋଗେ ଯାଇ ପୁଣି ସେହି ଦିନ ବିଳମ୍ବିତ ରାତିରେ ଫେରିଥାନ୍ତି । ତେଣୁକରି ଯାତ୍ରୀ’ଙ୍କ ବିଶେଷ ସୁବିଧା ପାଇଁ ପାରଳାଖେମୁଣ୍ଡି ଓ ଗୁଣୁପୁର ଷ୍ଟେସନ ଠାରେ ୨ ଚକିଆ ଓ ୪ ଚକିଆ ଯାନ ରଖିବା ତଥା ପାର୍କିଂ ବ୍ୟବସ୍ଥା ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ମଧ୍ୟ ଆବାହକ ଡଃ ପଣ୍ଡା ରେଳ ବିଭାଗ’କୁ ଲିଖିତ ଭାବେ ଜଣାଇଛନ୍ତି । ଏହା ହୋଇ ପାରିଲେ ଯାତ୍ରୀମାନେ ଅତି ସୁବିଧାରେ ବଡ଼ି ଭୋର’ରେ ନିଜ ନିଜର ଆଣିଥିବା ଯାନବାହାନ ପାର୍କିଂ ଠାରେ ରଖି ଟ୍ରେନ’ରେ ଯାଇ ପୁଣି ଫେରନ୍ତା ଟ୍ରେନ’ରେ ଆସି ନିଜ ଗନ୍ତବ୍ୟ ସ୍ଥଳକୁ ଯେ କୌଣସି ସମୟରେ ସହଜେ ଓ ସୁବିଧାରେ ଯାଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ