ଓମେଗା ହାର୍ଟ ରିଦିମ କ୍ଲିନିକ ପକ୍ଷରୁ ବିଶ୍ୱ ହୃଦୟ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ଓମେଗା ହାର୍ଟ ରିଦିମ୍ କ୍ଲିନିକ ପକ୍ଷରୁ ଗୁରୁବାର ସଚେତନତା ଗଣ ପଦଯାତ୍ରା ‘ୱାକଥୋନ’ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସମ ହସପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ମିଲନ କୁମାର ଘଡାଇ ପତାକା ଦେଖାଇ ଏହି ୱାକଥୋନର ଶୁଭାରମ୍ଭ କରିଥିଲେ । ୱାକଥୋନ ସହର ପରିକ୍ରମା ସହ ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଓମେଗା ହାର୍ଟ କ୍ଲିନିକ ପକ୍ଷରୁ ରେଗୀଙ୍କୁ ଫଳ ବଂଟନ କରାଯାଇଥିଲା । ପରେ କ୍ଲନିକ ପରିସରରେ ଏକ ନିଶୁଃଳ୍କ ହୃଦୟ ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଡାକ୍ତର ଘଡାଇ ଇସିଜି ମାଧ୍ୟମରେ ରୋଗୀଙ୍କ ହୃଦୟ ସମସ୍ୟା ସମ୍ପର୍କରେ ପରୀକ୍ଷା କରିବା ସହ ଉପାଦେୟ ପରାମର୍ଶ ଦେଇଥିଲ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ବେହେରା, ସପନ କୁମାର ଘଡାଇ, ଅଭିରାମ ବେହେରା, ସତ୍ୟବ୍ରତ ନାୟକ, କଳ୍ପନା ମଲ୍ଲିକ, ରିତୁପର୍ଣ୍ଣା ପାତ୍ର, ସୁରଜ ସାହୁ, ରଶ୍ମିତା ପ୍ରଧାନ, ରୀତାଲି ପାଣିଗ୍ରାହୀ, ଜଗଦୀଶ ଖଟୁଆ, ରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।