ଲାୟନ୍ସ କ୍ଲବ ସମୂହ ପକ୍ଷରୁ ବିଶ୍ୱ ହୃଦୟ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଲାୟନ୍ସ କ୍ଲବ ସମୂହ ପକ୍ଷରୁ ଗୁରୁବାର ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ୱାକଥୋନ ଆୟୋଜିତ ହୋଇଥିଲା । ଲାୟନ୍‌ସ କ୍ଲବ ବାଲେଶ୍ୱର ସ୍ୟାଣ୍ଡ ସିଟିର ସଭାପତି ଶଶିଭୂଷଣ ମିଶ୍ର ଓ କେୟାର ହସପିଟାଲର ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଧାରୀ ଜେନା ମିଳିତ ଭାବେ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ । ଲାୟନ୍‌ସ କ୍ଲବର ସଦସ୍ୟ ସଦସ୍ୟାଙ୍କ ସମେତ ବାଲେଶ୍ୱର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍‌ସ ଓ ବିଶ୍ୱଭାରତୀ +୨ କଲେଜର ଛାତ୍ରଛାତ୍ରୀମାନେ ଏହି ୱାକଥୋନରେ ଅଂଶଗ୍ରହଣ କରିଥିଲେ । ଏହି ୱାକଥୋନ ସହର ପରିକ୍ରମା କରିବା ପରେ ଟପ୍ ଏଣ୍ଡ ଟେଷ୍ଟି ହୋଟେଲ ପରିସରରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ସଚେତନତା ସଭାରେ ସାମ୍ପ୍ରତିକ ସାଧାରଣରେ ପରିଲକ୍ଷିତ ହୃଦରୋଗର ନିରାକରଣ ସମ୍ପର୍କରେ କେୟାର ହସପିଟାଲର ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ଜେନା ପରାମର୍ଶ ଦେଇଥିଲେ । ଲାୟନ୍‌ସ କ୍ଲବ ବାଲେଶ୍ୱର ସ୍ୟାଣ୍ଡ ସିଟିର ସଭାପତି ଶ୍ରୀ ମିଶ୍ର ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେୟାର ହସପିଟାଲର ଡାକ୍ତର ଶୁଭକାନ୍ତ ବିଶ୍ୱାଳ ଓ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍‌ସର ନିର୍ଦ୍ଦେଶକ ଡାକ୍ତର ଜ୍ୟୋତିର୍ମୟ ଚୌଧୁରୀ ପ୍ରମୁଖ ଏଥିରେ ଯୋଗଦେଇ ହୃଦୟ ରୋଗ କାରଣ ଓ ନିରାକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେଠାରେ ଏକ ହୃଦୟ ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ