ମୋରମ ଚୋରା ଚାଲାଣ, ୩ ଟ୍ରାକ୍ଟର ଜବତ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ସୋମବାର ଦିନ ୩ଟି ଟ୍ରାକ୍ଟରରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଟ୍ରାକ୍ଟର ୩ଟିକୁ ଜବତ କରି ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି।ଓଡ଼ି ୩୨ ଏ ୦୦୩୭, ଓଡ଼ି ୩୨ ଏ ୮୫୪୫, ଓ ଓଡ଼ି ୩୨ ଏ ୩୫୭୭ ଟ୍ରାକ୍ଟର ୩ ଗୋଟିରେ ଲଘୁ ଖଣିଜ ସମ୍ପଦ ମୋରମ ଚୋରା ଚାଲାଣ ହେଉଥିବା ଜାଣିପାରି ବୁଗୁଡା ତହସିଲଦାର ଶ୍ରୀ ଜେନାଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗ କର୍ମଚାରୀ ବୃନ୍ଦ ଟ୍ରାକ୍ଟର ତିନିଟିକୁ ଜବତ କରି ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ରଖିଥିଲେ।ପରେ ପ୍ରତ୍ୟେକ ଟ୍ରାକ୍ଟର ପିଛା ପାଞ୍ଚ ହଜାର ଏକ ଶହ କୋଡ଼ିଏ ଟଙ୍କା ଲେଖାଏଁ ମୋଟ ୧୫୩୬୦ ଟଙ୍କା ଜୋରିମାନା ଆଦାୟ କରାଯାଇ ଟ୍ରାକ୍ଟର ୩ଟିକୁ ଛଡ଼ାଯାଇଥିଲା।