ଦ୍ୱିଭାଷୀ ଅଞ୍ଚଳରେ ପ୍ରସିଦ୍ଧ ଗୌରୀ ଆମ୍ମା ପୂଜା ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରତିବର୍ଷ ପ୍ରସିଦ୍ଧ ଗୌରୀଆମ୍ମାଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଶିବ ପାର୍ବତୀଙ୍କ ପ୍ରତିମୂର୍ତ୍ତୀ ଗୁଡିକ ତିଆରି କରାଯାଇ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ନିଜର ଚାଷ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହି ମୂର୍ତ୍ତୀକୁ ସ୍ଥାପନ କରିଥାନ୍ତି । ଯାହାକୁକି ଏହି ଅଞ୍ଚଳରେ ପ୍ରସିଦ୍ଧ ଗୌରୀଆମ୍ମା ପୂଜା ବୋଲି କୁହାଯାଇଥାଏ । ଏହି ପୂଜା ବିଧି ମୁତାବକ ବିଭିନ୍ନ ପରିବାର ଗୁଡିକ ପକ୍ଷରୁ ୩, ୫, ୭, ୯ଦିନ ଧରି ସମ୍ପୂର୍ଣ୍ଣ ରୀତିନିତୀରେ ପୂଜା କରାଯାଇଥାଏ । ଏହି ପୂଜା ପ୍ରତିବର୍ଷ କୁମାର ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥାଏ । ଏହି ପୂଜା କରିବା ଦ୍ୱାରା ବର୍ଷତମାମ ଭଲ ଫସଲ ହେବା ସହ ପରିବାରରେ ସୁଖ ଶାନ୍ତି ବଢିବା ସହ ସୁଫଳ ମିଳିଥାଏ ବୋଲି ତେଲୁଗୁ ସଂପ୍ରଦାୟର ଏକ ଆଧ୍ୟାତ୍ମିକ ବିଶ୍ୱାସ ରହିଛି । ଗଜପତି ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଲକ ଏବଂ ସଦର ମହକୁମା ପାରଳାଖେମୁଣ୍ଡି ଏକ ଦ୍ୱିଭାଷୀ ଅଞ୍ଚଳ ହୋଇଥିବାରୁ ଏଠାରେ ଉଭୟ ଓଡିଆ ଓ ତେଲୁଗୁ ସଂପ୍ରଦାୟର ଲୋକମାନେ ମିଳିମିଶି ଏହି ପୂଜା କରିଥାନ୍ତି । ଏହି ପର୍ବ ତେଲୁଗୁ ସଂପ୍ରଦାୟର ପ୍ରସିଦ୍ଧ ପର୍ବ ହୋଇଥିଲେ ମଧ୍ୟ ଭାଇଚାରା ଦୃଷ୍ଟିରୁ ଏହି ପର୍ବକୁ ଉଭୟ ସଂପ୍ରଦାୟର ଲୋକମାନେ ମିଳିମିଶି ପାଳନ କରିଥାନ୍ତି । ଗଜପତି ଜିଲ୍ଲା ବ୍ୟତୀତ ଦକ୍ଷିଣ ଓଡିଶାର ଅନ୍ୟକେତେକ ଜିଲ୍ଲାରେ ମଧ୍ୟ ଏହି ପର୍ବ ପାଳନ କରାଯାଇଥାଏ । ଏହି ସ୍ୱତନ୍ତ୍ର ମୂର୍ତ୍ତୀକୁ ଏହି ଅଞ୍ଚଳରେ କେବଳ ପାରଳାଖେମୁଣ୍ଡି ସହରର ମୂର୍ତ୍ତୀ କାରୀଗରମାନେ ସ୍ୱତନ୍ତ୍ର ଢଙ୍ଗରେ ତିଆରି କରିବା ସହ ପ୍ରତିବର୍ଷ ଏହି ସମୟରେ ଏହି ମୂର୍ତ୍ତି ବିକ୍ରିକରିି ଖୁବ୍ ଭଲ ରୋଜଗାର କରିଥାନ୍ତି ବୋଲି ଜଣାପଡିଛି । ଏହି ମୂର୍ତ୍ତୀ ଗୁଡିକର ଦର ସର୍ବ ନିମ୍ନ ୩୦୦ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ପରିବାର ଗୁଡିକ ନିଜର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ନିଜ ମନ ମୁତାବକ ଗୌରୀଆମ୍ମା ମୂର୍ତ୍ତୀ ଗୁଡିକ କିଣିଥାନ୍ତି । ଏହା ଏକ ପୁରାତନ ପ୍ରଥା ଏବଂ ପୂଜା ବିଧି ହୋଇଥିଲେ ମଧ୍ୟ ପାରଳାଖେମୁଣ୍ଡି ସହର ଆଖପାଖ ଏବଂ ଜିଲ୍ଲାର କେତେକ ଅଞ୍ଚଳରେ ଏହା ଆଜି ମଧ୍ୟ ଉଦ୍‌ଜିବୀତ ରହିଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ