ଝୁଲନ୍ତା ଯୁବକର ଶବ ପୋଲିସ ଦ୍ୱାରା ଉଦ୍ଧାର
ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲାରବହଳଦା ଥାନା ଅନ୍ତର୍ଗତ ଅଁଳାଯୋଡ଼ି ପଞ୍ଚାୟତର ନିଯୁକ୍ତି ଗ୍ରାମରେ ପେଶାରେ ଡ୍ରାଇଭର ଜଣେ ଅବିବାହିତ ଯୁବକ ସୋମବାର ସଂଧ୍ୟାରେ ଘର ଭିତରେ ସେଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ, ସୋମବାର ଦିନ ଭଡ଼ା ଗାଡ଼ି ନେଇ କରଂଜିଆ ଭଡ଼ାରେ ଯାଇଥିଲା । ସଂଧ୍ୟାରେ ଘରକୁ ଫେରି ଘର ପାଇଁ ସଉଦା ପତ୍ର ବୁଢିମାକୁ କିଣି ଦେଇଥିଲା । ପରେ ସଂଧ୍ୟାରେ ବିଦ୍ୟୁତ କାଟ ସମୟରେ ଘର ଭିତରେ କବାଟ ଆଉଜେଇ ଘର ସେଭିଂ କାଠରେ ବାଇଶି ଦେଇ ଏଭଳି ଅଭାବନୀୟ ଘଟଣା ଘଟାଇଛି । କିନ୍ତୁ କାହିଁକି ଏଭଳି ଅଘଟଣା ଘଟିଲା ତାହାର କାରଣ ଅସ୍ପଷ୍ଟ । ମଙ୍ଗଳବାର ବହଳଦା ଥାନାଧିକାରୀ ବୀରେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି ।


