‘ମାନା’ର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):‘ମିଳିତ ନିଶା ନିବିବାଣ ଅଭିଯାନ(ମାନା)ବାଲେଶ୍ୱର’ର ମାସିକିଆ ବୈଠକ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସାଧାରଣ ସଂପାଦିକା ମମତା ମହାପାତ୍ର ଗତ ବୈଠକର ବିବରଣୀ ପାଠ କରିବା ସହ ଆନ୍ତର୍ଜାତିକ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ‘ମାନା’ର ପକ୍ଷରୁ ଚାନ୍ଦିପୁରଠାରେ ଯୋଗଦାନ ଖୁବ୍ ସଫଳ ହୋଇଥିବା ପ୍ରକାଶ କରି ସଭ୍ୟମାନଙ୍କୁ ବଧାଇ ଜଣାଇବା ସହ ଜିଲ୍ଲା ପ୍ରଶାସନ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଆଗାମୀ ବାର୍ଷିକ ଉତ୍ସବ, ଆୟବ୍ୟୟ, ସଭ୍ୟ ସଂଗ୍ରହ ବିଷୟରେ ଆଲୋଚନା ହେବା ସହ ସଚେତନତା ଶିବିର ଆୟୋଜନ ପାଇଁ ବିଭାଗୀୟ କମିଶନର ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁୁ ସାକ୍ଷାତ୍ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଉପଦେଷ୍ଟା ସୁବ୍ରତ କର, ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, କୁମୁନ୍ଦ ରଞ୍ଜନ ଗିରି, ପ୍ରଫୁଲ୍ଲ କୁମାର ଦାସ, କମଳାକାନ୍ତ ଦାଶ, ଗୀତାଞ୍ଜଳି ସିଂହ, ତ୍ର୍ରିଦିବ ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ଯୋଗେଶ ଚନ୍ଦ୍ର ପ୍ରଧାନ, ରମେଶଚନ୍ଦ୍ର ଜେନା, କଲ୍ୟାଣୀ ନନ୍ଦ, ଚିତ୍ରାରାଣୀ ପାତ୍ର, ପ୍ରଣିତା ମିଶ୍ର, ସନାତନ ଦାସ, ପ୍ରସନ୍ନ କୁମାର ପାଢ଼ୀ, ଓ ବସନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସୀତାରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।