ନିମାପଡ଼ା ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି।ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗ ନେଇଥିବା ବେଳେ ପ୍ରାରମ୍ଭିକ ମ୍ୟାଚ ବଳଙ୍ଗାର ଲଙ୍କେଶ୍ଵରୀ କ୍ଲବ ଏବଂ ଧଳେଶ୍ବରର ରୁଦ୍ରାମ୍ବିକା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଲଙ୍କେଶ୍ଵରୀ କ୍ଲବ ୪-୦ ଗୋଲରେ ରୁଦ୍ରାମ୍ବିକାକୁ ପରାସ୍ତ କରିଥିଲା।ଲଙ୍କେଶ୍ଵରୀ କ୍ଲବର ପିନମୟ ଲେଙ୍କା ମ୍ୟାନ୍ ଅଫ୍ ଦି ମ୍ୟାଚ ହୋଇ ଗାନ୍ଧୀ ଫେଲୋ ପିରାମଲ ଅନୁଷ୍ଠାନର ନିବେଦିତା କୁମାରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଆଜି ଖେଳରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନର ଉପସଭାପତି ଦୋଳଗୋବିନ୍ଦ ସେଠୀ, ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ମହେନ୍ଦ୍ର ସିଂଭାଟିଆ, ଅମରେଶ ନନ୍ଦନ ସାହୁ,ପଦ୍ମ ଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ନିମାପଡ଼ା ବ୍ଲକର ୟୁ-୧୭ ଗୃପର ବାଳିକା ଦଳର ଖେଳାଳୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଆଥଲେଟିକ ଆସୋସିଏସନର କର୍ମକର୍ତ୍ତାମାନେ ପୁରସ୍କୃତ କରିଥିଲେ।ଅନ୍ୟତମ ଅତିଥି ଭାବେ ନିମାପଡ଼ା ଶିକ୍ଷା ଜିଲ୍ଲା ଉପ ଅଧିକାରୀ ସରୋଜିନୀ ମିଶ୍ର ଏବଂ ଉଚ୍ଚ ବାଳିକା ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ନବ ଲତା ସୁର ଉପସ୍ଥିତ ଥିଲେ।ରଣଜିତ୍ କେଶରୀ ନାୟକ,ସମୟ ବରାଳ,ଜୟନ୍ତ ରାୟ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ।ଆସନ୍ତାକାଲି ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ଓ ଝାମ୍ପୁଲାକୁଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ଅନୁଷ୍ଠାନର ସମ୍ପାଦକ ସୂଚନା ଦେଇଛନ୍ତି ।


