କାଶୀନଗର ବ୍ଲକ ଜିଲ୍ଲା ପରିଷଦ ଶିକ୍ଷକ ସଂଘର ଦାବି ପତ୍ର ପ୍ରଦାନ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ରାଜ୍ୟ ସରକାରଙ୍କ ସମାନ କାମକୁ ସମାନ ଦରମା ନିତି ପ୍ରକାରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ନିୟମ ରହିଛି l ଚଳିତ କିଛିଦିନ ହେଲା ସମସ୍ତ କର୍ମଚାରୀ ସରକାରୀ ମର୍ଯ୍ୟାଦା ପାଇଲେ କିନ୍ତୁ ଜିଲ୍ଲା ପରିଷଦ ଶିକ୍ଷକ ସଂଘ କେତେକ ମୌଳିକ ସୁବିଧା ରୁ ବଞ୍ଚିତ ହୋଇଆସୁଛନ୍ତି l ଦୀର୍ଘ ଦିନ ହେଲା ଏହି ଶିକ୍ଷକ ସଂଘ ବୈଠକ କରି ଦାବି ଉପସ୍ଥାପନ କରି ଆସୁଛି l ଏହି ଶିକ୍ଷକ ମାନଙ୍କ ପେନଶନ ଯୋଜନା ଅନ୍ତର୍ଭୁକ୍ତ ହୋଇନାହିଁ ତେଣୁ ଜିଲ୍ଲାପାରିଷଦ ଶିକ୍ଷକ ସଂଘର ଦାବୀ ଗୁଡିକ ସ୍ଥାନୀୟ ବ୍ଲକର ଶିକ୍ଷାଧିକାରୀ ଙ୍କୁ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦେଇଥିଲେ l ଶିକ୍ଷକ ସଂଘର ସଭାପତି G. ଗୋପାଳ ରାଓ, ସଂପାଦକ ଗଣେଶ ପାଣିଗ୍ରାହୀ,K.ଇଶ୍ୱର ରାଓ, ଉମାକାନ୍ତ ମିଶ୍ର ଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ରାଲି କରି ବି.ଇ.ଓ କାର୍ଯ୍ୟାଳୟ ଠାରେ ଦାବୀ ପତ୍ର ପ୍ରଦାନ କରିଥିଲେ l


