ନେତାଜୀ ଜନମଙ୍ଗଳ ଯୁବ ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଗୋବିନ୍ଦପୁରସ୍ଥିତ ନେତାଜୀ ଜନମଙ୍ଗଳ ଯୁବପରିଷଦ ଏବଂ ଭଦ୍ରକସ୍ଥିତ ନେହେରୁ ଯୁବକେନ୍ଦ୍ର ସଙ୍ଗଠନର ମିଳିତ ସହଯୋଗରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ଠାରୁ ରୁପୁଡି ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକତା ଗଣଦୌଡ ଅନୁଷ୍ଠିତ ହୋଇଥିଲା । ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜାତୀୟ ସେବା ଯୋଜନା ଅଧିକାରୀ ସୁଶାନ୍ତ ବେହେରା, ପ୍ରଧାନ ପଣ୍ଡିତ ଦେବେନ୍ଦ୍ର କୁମାର ପତି, ଅଧ୍ୟାପକ ମନୋଜ କୁମାର ରାଉତ ଯୋଗ ଦେଇ ଭାରତର ଅଖଣ୍ଡତା, ଏକତା ଓ ଐତିହ୍ୟକୁ ବଜାୟୀ ରଖିବା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବିସ୍ମରଣୀୟ କୀର୍ତ୍ତୀ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଯୁବ ପରିଷଦର କମଳାକାନ୍ତ ଜେନା, ଶିବରାମ ପଣ୍ଡା, ଦୀପକ ପଢିହାରୀ, ମୃତ୍ୟୁଞ୍ଜୟ ଜେନା, ସୌଭାଗ୍ୟ ଜେନା, ଦୀପକ ଜେନା, ରାଜେଶ ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ