କେନ୍ଦ୍ରାପଡା ବାଲିଯାତ୍ରା ଅତୀତର ଗୈାରବକୁ ବଜାୟ ରଖୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ଉତ୍ସବରେ ଶିଳ୍ପ, ଶକ୍ତି ଓ ଏମ.ଏସ.ଏମ.ଇ. ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ କେନ୍ଦ୍ରାପଡାର ଅତୀତ ଗୈାରବ ସୁମାହନ୍ତ ଥିଲା । ଏଠିକାର ସାଧବମାନେ ଦେଶ ବିଦେଶରେ ବାଣିଜ୍ୟ ବେପାର କରି ମାଲିକାନା ଜାହିର କରି ନିଜେ ସମୃଦ୍ଧ ହେବା ସହିତ ଅଂଚଳକୁ ସମୃଦ୍ଧ କରିଥିଲେ ବୋଲି ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ । ପ୍ରଥମେ ଶିବାନନ୍ଦ ଆଶ୍ରମର ଶ୍ରୀମା ଦିବ୍ୟ ସ୍ୱରୂପାନ୍ଦ ସରସ୍ୱତୀଙ୍କ ଦ୍ୱାରା ରୀତିନୀତି ଅନୁସାରେ ଗୋବରୀ ନଦୀ ତଟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯିବା ପରେ ଉତ୍ସବ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶୁଭାଂଶୁ କୁମାର ଦାସ । ବାଲିଯାତ୍ରା ମହୋତ୍ସବ କମିଟି ସଂପାଦକ ତଥା ସରକାରୀ ଓକିଲ ସଞ୍ଜୟ କୁମାର ଜେନା ସଂପାଦକୀୟ ବିବରଣୀ ପାଠ କରିଥିଲେ । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ବିଶିଷ୍ଟ ଗବେଷକ ଡଃ. ବାସୁଦେବ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୈାବାଣିଜ୍ୟ ଇତିହାସ ସଂପର୍କରେ ବର୍ଣ୍ଣନା କରିଥିଲେ । ସମ୍ମାନନୀତ ଅତଥି ଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପଂଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଂଜନ ରାଉତ, କପାଳେଶ୍ୱର ପଂଚାୟତ ସରପଂଚ କଳ୍ପନା ମହାନ୍ତି ପ୍ରମୁଖ ଯୋଗଦେଇ ବାଲିଯାତ୍ରା ମହୋତ୍ସବ କେନ୍ଦ୍ରାପଡାର ଗର୍ବ ଓ ଗୈାରବ । ଏହି ଅବସରରେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ମୁଖପତ୍ର ‘ସ୍ମୃତିର ବୋଇତ’କୁ ମୁଖ୍ୟଅତିଥି ଉନ୍ମୋଚନ କରିଥିବା ବେଳେ ଭାବଗ୍ରାହୀ କଳା ନିକେତନର ଛାତ୍ରୀ ଓ ସଂଗୀତ ନିର୍ଦ୍ଦେଶକ ବିମଳ ପରିଡା ଆବାହନୀ ସଂଗୀତ ଗାନ କରିଥିଲେ । କୋଷାଧ୍ୟକ୍ଷ ମନୋରଂଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ରମଣୀ ରଂଜନ ରାଉତରାୟ, ଉପସଭାପତି ଧିରେନ୍ଦ୍ର କୁମାର ଦାସ, କବି କରୁଣାକର ଦାସ, ଶ୍ରୀଧର ମହାନ୍ତି, ନିରଞ୍ଜନ ମେକାପ, ଅକ୍ଷୟପ୍ରିୟ ଦାସ, ଟୁଟୁ ଗେରୁ, ଶ୍ରୀଧର ଭୋଳ, ପଂଚାନନ ଗେରୁ, ଗାୟତ୍ରୀ ମହାନ୍ତି, ସହ ସଂପାଦକ କିଶୋର ପ୍ରଧାନ, ଦିପକ ସାହୁ, ରୋସ୍ନା ସାହୁ, ପ୍ରଦୀପ୍ତ ମହାନ୍ତି, ଅଜୟ ସାମଲ, ସେକ ମତୁ, ମୃତ୍ୟୁଞ୍ଜୟ ସାହୁ, ତ୍ରିଲୋଚନ ଦାସ, ସତ୍ୟବ୍ରତ ସିଂ, ଦେବେନ୍ଦ୍ର ନାୟକ, ପିତବାସ ଦାସ, ବାବନ ସାହୁ, କୈଳାସ ଚନ୍ଦ୍ର ଗେରୁ, ଅନାଦୀ ସେଠୀ, ପ୍ରଦୀପ କୁମାର ବିହାରୀ , ଆଇନଜୀବୀ ବ୍ରଜ ସୁନ୍ଦର ରାଉତ ,ଅକ୍ଷୟ ନାଥ, ମନୋଜ ସାହୁ, ନିରଞ୍ଜନ ବଳ, ମାନସରଞ୍ଜନ ଧଳ, ଅରୁଣ ପ୍ରସାଦ ଦାସ, ରମାକାନ୍ତ ସ୍ୱାଇଁ, ରାଜୁ କୁବେର, ଲୋପାମୁଦ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ମହୋତ୍ସବରେ ନୃତ୍ୟ, ଗୀତ, ରାମଦୋଳୀ, ଘୋଡାନାଚ, ସାହିତ୍ୟ ସଭା, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବିମୋହିତ କରିଛି । ଏହି ମହୋତ୍ସବରେ ବହୁ ଜ୍ଞାନୀ ଗୁଣି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ