କେନ୍ଦ୍ରାପଡା ଡିଷ୍ଟ୍ରିିକ୍ଟ ବୋଇତବନ୍ଦାଣ ସମିତି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ବୋଇତ ବନ୍ଦାଣ ସମିତି ଆନୁକୂଲ୍ୟରେ କଳପଡାସି୍ଥତ ଲୁଣାନଦୀ ଘାଟରେ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ସଭାପତି ସୁନିଲ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅତିଥିମାନଙ୍କୁ କଳପଡା ଲକ ଠାରୁ ଲୁଣା ନଦୀଘାଟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା । ନଦୀ କୂଳରେ ସମିତିର ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର ନାଥ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି, ଆରକ୍ଷୀ ଅଧୀକ୍ଷକ ସମ୍ବିତ୍ ସମ୍ପଦ ମଡକର,ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, କଳପଡା ସରପଞ୍ଚ ପ୍ରୀତିରେଖା ସ୍ୱାଇଁ, କଳପଡା ସମିତି ସଭ୍ୟ ଶିବ ପ୍ରସାଦ ସାହାଣୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବ ସଂପର୍କରେ ମତବ୍ୟକ୍ତ କରିଥିଲେ । ପରେ ଅତିଥିମାନଙ୍କୁ ସାଧବ ବେଶରେ ସଜାଇ ନଦୀ ପରିକ୍ରମା କରାଇଥିଲେ । ଉତ୍ସବ ପରିଚଳନାରେ ଉପସଭାପତି ମନୋରଞ୍ଜନ ସାମଲ, ସହ ସମ୍ପାଦକ ଜୀବନଜ୍ୟୋତି ଜେନା, କଳ୍ପତରୁ ନାୟକ, ବସନ୍ତ ସାହୁ, ରଞ୍ଜିତ ସାହାଣୀ, ଶତୃଘ୍ନ ସାହାଣୀ, ଗୈାତ୍ତମ ସ୍ୱାଇଁ, ସୁଶାନ୍ତ ସାମଲ, ଶୁଭେନ୍ଦୁ ସ୍ୱାଇଁ, ଅଭିଜିତ୍ ମହାନ୍ତି, ଗୋବିନ୍ଦ ସ୍ୱାଇଁ, ସୁଦାମ ବାରିକ, ସନ୍ତୋଷ ସ୍ୱାଇଁ, ଅନୀଲ ଦାସ, ଜୟ, ତପନ, ସିଦ୍ଧାର୍ଥ, ଆକାଶ, ସାହିଲ, ଭବାନୀ, ବିଶ୍ୱଜିତ, ବିଭୁ, ବାପି ଓ ଚିକୁନ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ