ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତୁଳସୀକ୍ଷେତ୍ର ସାମାଜିକ ସଂଗଠନ ଓ ବଳଦେବସେନା ପକ୍ଷରୁ ସହର ଉପକଣ୍ଠ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବଳଦେବ ସେନାର ସଭାପତି ପପୁନ ସ୍ୱାଇଁ, ସମ୍ପାଦକ ଅମର ବାରିକ, ଉପସଭାପତି ନିରଞ୍ଜନ ସୁଆର, ଉପଦେଷ୍ଟା ନିରଞ୍ଜନ ମେକାପ, ଭାଗବତ ପ୍ରସାଦ ଦାସ, ଅମୀୟ ପ୍ରଧାନ, ଭଗବାନ ଦାଶ, ଖଗେଶ୍ୱର ବେହେରା, ଉମେଶ ବେହେରା, ଜ୍ୟୋତିରଞ୍ଜନ ପତ୍ରୀ, ଆଶିଷ ପ୍ରଧାନ, ପ୍ରତୀକ ଅନୁରାଗ ଦାଶ, ନୀଳମାଧବ ବେହେରା, ଆଶୁତୋଷ ପଣ୍ଡା, ହରମୋହନ ସୁଆର, ସୁଶାନ୍ତ ସୁଆର, ରାକେଶ ପ୍ରଧାନ ପ୍ରମୁଖ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀମା ପବିତ୍ର କାର୍ତ୍ତିକମାସ ପଞ୍ଚୁକରେ ହବିଷ୍ୟାଳୀମାନଙ୍କ ପାଇଁ ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀୟୁଙ୍କ ମନ୍ଦିରରେ ହବିଷବ୍ରତ ପାଳନ ସହ ଯାତ୍ରୀନିବାସରେ ରହଣି ଓ ଖାଦ୍ୟପେୟର ବ୍ୟବସ୍ଥା କରିଛନ୍ତି । ଏଭଳି ଏକ ଧାର୍ମିକ କାର୍ଯ୍ୟର ଆୟୋଜନ କରିବା ସହ ଦୈନିକ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ ଓ ଆଲୋଚନାଚକ୍ରର ଆୟୋଜନ କରିଛନ୍ତି ।


