ଗଜପତିରେ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଓ ଜନଜାତି ଗୌରବ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତି ଗୌରବ ଦିବସ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆନୁକୁଲ୍ୟରେ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାଳିତ ହୋଇଯାଇଛି ।ଏହି ଅବସରରେ ଶତାଧିକ ସଂଖ୍ୟାରେ ଆଦିବାସୀ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀ ଓ ଏବିଭିପିର କର୍ମକର୍ତ୍ତା ମାନେ ସ୍ଥାନୀୟ ଗଜପତି କଲେଜ ଛକଠାରୁ ବିଭିନ୍ନ ସଚେତନତା ମୁଳକ ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପ୍ୟାଲେସ ଦେଇ ସମ୍ମିଳନୀ ସଭା ସ୍ଥଳ ଠାରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଜନଜାତି ବିଦ୍ୟାର୍ଥୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଏବିଭିପିର ଜିଲ୍ଲା ପ୍ରମୁଖ ଶ୍ରୀ ବାଳକୃଷ୍ଣ ଜେନାଙ୍କ ସଭାପତିତ୍ବରେ ଫ୍ରାକ୍ଟାଲ ଏନାଲିଟିକ ଏଙ୍ଗେଜମେଣ୍ଟ ମ୍ୟାନେଜର ଶ୍ରୀ ଅମ୍ରିତ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଜୀବନୀ ଓ ଜନଜାତି ଗୌରବ ଦିବସ ପାଳନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଆଦିବାସୀ ଜନନାୟକ ଭଗବାନ ବିର୍ସା ମୁଣ୍ଡା କିଭଳି ସ୍ଵାଧୀନତା ସଂଗ୍ରାମରେ ଜ୍ୱଳନ୍ତ ଶିକାରରେ ଆହୁତି ହୋଇ ଦେଶପାଇଁ କେବେବି ପଛଘୁଞ୍ଚା ଦେଇ ନ ଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନିଜର ଜନଜାତି ଲୋକଙ୍କ ମାଧ୍ୟମରେ ନିଜ ଜନ୍ମ ମାଟିକୁ ସ୍ଵାଧୀନ କରିବା ପାଇଁ ସେ ଯେଉଁ ପ୍ରୟାସ କରି ଯାଇଛନ୍ତି , ତାହା ଇତିହାସରେ ଆମର ହୋଇ ରହିବ ।ତେଣୁ ଆଗାମୀ ଯୁବପିଢି ତାଙ୍କ ଆଦର୍ଶରେ ଉଦବୁଦ୍ଧ ହୋଇ ଏବଂ ଏହି ସ୍ମରଣୀୟ ଦିବସକୁ ଆହୁରି ଉଦଜିବିତ କରି ଜନ ମାନସରେ ଜାତୀୟ ପ୍ରୀତି ମନୋଭାବ ସୃଷ୍ଠି କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏବିଭିପିର ଜିଲ୍ଲା ସଂଯୋଜକ ମୁଖଲିଙ୍ଗ ପିଡିକାକା ଓ ହରି ମୋହନ ପଟ୍ଟନାୟକ ମଞ୍ଚାସିନ ଥିଲେ । ଶ୍ରୀ ମାନସ ରଞ୍ଜନ ମହନ୍ତ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଡିଗ୍ରୀ କଲେଜର ଅଧ୍ୟାପିକା ଡଃ ଭାରତୀ ପାଣିଗ୍ରାହୀ ଓ ଏବିଭିପିର ଜିଲ୍ଲା ସହ ପ୍ରମୁଖ ଶ୍ରୀ ସମୀର ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ