କେନ୍ଦ୍ରାପଡାରେ ଶିଶୁ ଅଧିକାର ସପ୍ତାହ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ରେସୱା ସ୍ୱାଧାର ଗୃହ ସମ୍ମିଳନୀ କକ୍ଷରେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ନେଇ ଶିଶୁ ଅଧିକାର ସପ୍ତାହ ପାଳିତ ହୋଇଯାଇଛି । କଥାରେ ଅଛି ଶିଶୁ ହସିଲେ ସାରା ଦୁନିଆ ହସେ । ସେହି କୋମଳମତି ଶିଶୁମାନଙ୍କ ନିମନ୍ତେ ସାରା ବିଶ୍ୱରେ ନଭେମ୍ବର ୧୪ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଓଡିଶା ସରକାରଙ୍କ ଅଧିନସ୍ଥ ଓ.ସି.ପି.ସି.ଆର. ଶାଖାର ନିର୍ଦେଶ କ୍ରମେ କେନ୍ଦ୍ରାପଡାରେ ଶିଶୁ ଅଧିକାର ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ରେସୱା ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳକ ଅମିତ ରଞ୍ଜନ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଭ୍ୟା ସ୍ମିତାଞ୍ଜଳି ମହାପାତ୍ର, ଲଳିତାଞ୍ଜଳି ଦାସ, କିଶୋର କୁମାର ସ୍ୱାଇଁ, ନରୋତ୍ତମ ପଟ୍ଟନାୟକ, ପି.ଓ.ଆଇ.ସି. ବାଦଲ ଦାଶ, ଡି.ସି.ପି.ୟୁ.ର ପ୍ରମୋଦ କୁମାର ସେନାପତି ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ଅଧିକାର, ସେମାନଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗ ଓ ଦାୟୀତ୍ୱବୋଧ ସମ୍ପର୍କରେ ଅବଗତ କରାଇଥିଲେ । ରେସୱା ସ୍ୱାଧାର ଗୃହର ପରିଚାଳିକା ମିନତୀ ମହାରଣା, କାଉନସିଲର ଅଲିଭା ବାରିକ, ଜୟନ୍ତୀ ସୁତାର, ହାଉସ ଫାଦର ଭାବଗ୍ରାହୀ ପ୍ରଧାନ, ହାଉସ ମଦର ସଶ୍ମିତା ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ