ପାଞ୍ଚପୀଢ ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:କରଞ୍ଜିଆ ନାଇଟ ରାଇଡର ଚାମ୍ପିୟନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଯଶିପୁର ବ୍ଲକ ପାଣ୍ଠ କ୍ରିକେଟ ଗ୍ରାଉଣ୍ଡ ରେ ପାଞ୍ଚପୀଢ ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ ଆଠ ଟିମ୍ ଅଂଶଗ୍ରହଣ କରିଥିବା ବେଳେ କମାଣ୍ଡ କିଙ୍ଗ୍ ଓ କରଂଜିଆ କରଞ୍ଜିଆ ନାଇଟ ରାଇଡର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଫାଇନାଲ ରେ କମାଣ୍ଡ କିଙ୍ଗ୍ ନିର୍ଧାରିତ ଦଶ ଓଭର ଖେଳି ସାତ ୱିକେଟ ହରାଇ ୯୪ ରନ୍ ସଂଗ୍ରହ କରିଥିବା ବେଳେ କେ କେ ଆର ଟିମ୍ ୯ ଓଭର ୫ ଟି ବଲ ଖେଳି ୩ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ। ଟୁର୍ଣ୍ଣାମେଣ୍ଟର ଆୟୋଜକ ହେଲପିଙ୍ଗ୍ ହେଣ୍ଡେସ୍ ୟୁନିଅନର ସଭାପତି ଶୈଲେଶ ଦଳେଇ, ସମ୍ପାଦକ ଅମୃତ ଦାସ, ଉପଦେଷ୍ଟା ମନୋଜ ସାହୁ , ଆମ୍ପାୟାର ଦୂର୍ଗା ପ୍ରସାଦ ପଟ୍ଟନାୟକ, ଶୁଶାନ୍ତ କୁମାର ପଣ୍ଡା ସ୍କୋର ର ବୁଵୁ ସିହ୍ନା ଓ ଅନ୍ୟ ସଦସ୍ୟ ଗଣ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ। ଉଦଯାପନୀ ଦିବସରେ ମୂଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମରମ୍ ଯୋଗ ଦେଇ ଚମ୍ପିୟାନ ଦଳ କୁ କପ୍ ଓ ୬୦ ହଜାର ଟଙ୍କା ର ଚେକ୍ ପ୍ରଦାନ କରିଥିଲେ ।ରନସ୍ ଅପ୍ ଦଳ କୁ ଅଂଶୁମାନ ଷ୍ଟ୍ରଷ୍ଟ ର ଅଧ୍ୟକ୍ଷ ହିମାଂଶୁ ଶେଖର ସାହୁ,ଓ ଚମ୍ପୁଆ ର ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ କପ୍ ଓ ୪୦ ହଜାର ଟଙ୍କା ର ଚେକ୍ ପ୍ରଦାନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯଶିପୁର ବ୍ଲକ ଅଧ୍ୟକ୍ଷା କୁମୁଦିନୀ ଦଳେଇ , କରଞ୍ଜିଆ ଏନ୍ ଏ ସି ର ଅଧ୍ୟକ୍ଷ ପପି ପୃଷ୍ଟି ,ପାଣ୍ଠ ପଞ୍ଚାୟତ ସରପଞ୍ଚ ମିନତୀ ନାଏକ, କରଞ୍ଜିଆ ର ପୂର୍ବତନ ବିଧାୟକ ବିଜୟ ନାଏକ, ବିଜେଡି ର ରାଜ୍ୟ ସମ୍ପାଦକ ମହେଶ ହେମ୍ବ୍ରମ, ଯୁବ ସମ୍ପାଦକ ଚକ୍ରଧର ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟ କୃତୀ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ