ହାଟଡିହି ପଞ୍ଚାୟତ ସମିତି ବୈଠକ, ବ୍ଲକର ଉନ୍ନୟନ ମୁଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ପଞ୍ଚାୟତ ସମିତିର ଆଜି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୁଶ୍ରୀ ବିନିତା ବିଜୟିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସମିତିର ଅଧ୍ୟକ୍ଷା ସାବିତ୍ରୀ ସେଠୀ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମିତିର ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ସୁକାନ୍ତୀ ଜେନା, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ କୃଷି, ଶିକ୍ଷା, ଖାଉଟି ସୁରକ୍ଷା ଯୋଜନା ଆଦି ବିଭାଗର କାର୍ଯ୍ୟ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା । କୃଷି ବିଭାଗର ଅଧିକାରୀ ନିରଞ୍ଜନ ରଥ ବ୍ଲକରେ ଆଜି ପର୍ଯ୍ୟନ୍ତ ୪୫ହଜାର ଚାଷୀ କାଳିଆ ଯୋଜନାରେ ସହାୟତା ପାଉଥିବାବେଳେ ୫୬୫୯ଜଣ ଚାଷୀ ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ସାମିଲ ହୋଇ ସହାୟତା ପାଉଥିବା ବେଳେ ୧୦୭୦୦ ଚାଷୀ ସେମାନଙ୍କ ଡକୋମେଣ୍ଟସ ଗୁଡିକ ଅପଡେଟ କରିପାରି ନଥିବାରୁ ସହାୟତାରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ସୁଚନା ଦେଇଥିଲେ । ଏହି ଆଲୋଚନାରେ ଭାଗନେଇ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ଧାନ କ୍ରୟ ଉପରେ ଚାଷୀମାନେ କିପରି ଅସୁବିଧା ଭୋଗ କରୁଛନ୍ତି ତାହା ଉପରେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିତôଲେ । ବିଶେଷକରି ଅଣ ଜଳସେଚିତ ଜମି ଗୁଡିକରୁ ଚାଷୀମାନେ ୧୩କୁଇଣ୍ଟାଲ ଓ ଜଳସେଚିତ ଅଞ୍ଚଳର ଚାଷୀମାନେ ୧୭କୁଇଣ୍ଟାଲ ଧାନ ବିକିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । କିନ୍ତୁ ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ଏକର ପ୍ରତି ୨୫ରୁ ୩୦କୁଇଣ୍ଟାଲ ଦ୍ୱାରା ଚାଷୀମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ସେମାନଙ୍କ ବଳକା ଧାନ କେଉଁଠି ବିକିବେ ସେନେଇ କୃଷି ବିଭାଗ ପଦକ୍ଷେପ ଗ୍ରହଣ କରୁବୋଲି ସେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତାଟି ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବାନେଇ ସମିତିପକ୍ଷରୁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ରିପୋର୍ଟ ଦେବାକୁ ବିଧାୟକ ଭାଗିରଥି ସେଠୀ ନିଦେ୍ର୍ଦଶ ନେଇଥିଲେ । କେ ବାଲିପାଳ ପଞ୍ଚାୟତର ରାଇଘାଟି ଗ୍ରାମର ଲୋକମାନେ ପିଡିଏସ ସାମଗ୍ରୀ ପାଇଁ ୫କିଲୋମିଟର ଦୁର ଘାଟରାସ୍ତା ପାର ହୋଇ ଚାଉଳ ନେବାରେ ନାନା ଅସୁବିଧା ଭୋଗ କରୁଥିବାରୁ ରାଇଘାଟି ଉପରେ ଏକ ସବସେଣ୍ଟର କରାଯାଇ ଲୋକମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପିଡିଏସ ସମେଗ୍ରୀ ବଣ୍ଟନ କରିବାକୁ ବିଧାୟକ ଯୋଗାଣ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ବର୍ତ୍ତମାନ ସୁଧା ବ୍ଲକରେ ୩୨ଟି ସ୍କୁଲକୁ ଫାଇଭ-ଟିରେ ସାମିଲ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ବ୍ଲକର ସମସ୍ତ ବିଦ୍ୟାଳୟକୁ ଏଥିରେ ସାମିଲ କରାଯିବା ପାଇଁ ବିଭାଗ ପଦକ୍ଷେପ ନେଇଛି ବୋଲି ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ସୁଚନା ଦେଇଥିଲେ । ଡିସେମ୍ବର ମାସ ଭିତରେ ସମସ୍ତ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ପଦକ୍ଷେପ ନେଉଛି ବୋଲି ସେ ସୁଚନା ଦେଇଥିଲେ । ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ ପୁର୍ବ ସଭାର ବିବରଣୀ ପାଠ କରିଥିବାବେଳେ ଏଥିରେ ୩୧ଟିଯାକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସଭ୍ୟା ମାନେ ଯୋଗାଦଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ