ଶ୍ରୀରାମ ଡିଗ୍ରୀ କଲେଜ ତରଫରୁ ୭ ଦିନିଆ ଶୀତକାଳୀନ ଜାତୀୟ ସେବା ସଂସ୍ଥା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଶ୍ରୀରାମ ଡିଗ୍ରୀ କଲେଜ ତରଫରୁ ସାତ ଦିନିଆ ଶୀତ କାଳୀନ ଜାତୀୟ ସେବା ସଂସ୍ଥା ଶିବିର ଖୁରୀଗାଁ ଓ ଭୂପତି ଲକ୍ଷ୍ମୀପୁର ଠାରେ ଅନୁଷ୍ଠିତ ହୋଇଯାଇଛି |ଆଜି ଖୁରୀଗାଁ କମ୍ୟୁନିଟି ହଲ ଠାରେ ଜିଲ୍ଲାପରିଷଦ ସଭାପତି ଶ୍ରୀ ଗବରା ତିରୁପତି ରାଓ ଓ ଏନ.ଏ.ସି ଅଧ୍ୟାକ୍ଷା ଶ୍ରୀମତୀ ଏମ ସୁଧାରାଣୀ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରିଥିଲେ | କଲେଜ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବନପାଲି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶ୍ୱରଂଜନ ଗୌଡ଼, ଶ୍ରୀ ସୁରେଶ ବିଷୋୟୀ ଙ୍କ ସହ ଅନ୍ୟ ଅଧ୍ୟାପକ ମାନେ ଯୋଗ ଦେଇଥିଲେ | ସାତ ଦିନ କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ୫୦ ଜନ ଗ୍ରାମ ସଫା ସୁତୁରା ରକ୍ଷା କରିବା ସହ ଗ୍ରାମ ରେ ବିଭିନ୍ନ ସଚେତନତା ବୃଦ୍ଧି ପାଇଁ ଆଲୋଚନା ଚକ୍ର, ଗୀତ ନାଟକ ମାଧ୍ୟମ ରେ ଲୋକ ଙ୍କୁ ସଚେତନ କରିବା ଲକ୍ଷ ରଖହ ଯାଇଛି |ଶ୍ରୀ ରାମ କଲେଜ ଦୁଇଟି ୟୁନିଟ ରହିଛି ଛାତ୍ର, ଛାତ୍ରୀ ଙ୍କ ରହିଛି |


