ବାଲେଶ୍ୱରରେ ବିଜେଡିର ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳର୨୫ବର୍ଷ ପୂର୍ତ୍ତି ତଥା ୨୬ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ପରିସରରେ ରବିବାର ପାଳିତ ହୋଇଯାଇଛ । ବିଜେଡିଌିଲା ଉପ-ସଭାପତି ତଥା ବ୍ରିଟର ପୂର୍ବତନ ଅଧ୍ୟକ୍ଷ ଗୌରୀ କୁମାର ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ସାଧାରଣ ସଭାରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାକୁ ସୁଶାସନ ଦେଇ ଆସିଛି ବୋଲି କହିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ରକ୍ଷା ବାଲେଶ୍ୱରର ବିକାଶକୁ ନୂଆ ରୂପ ଦେଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଲୋକଙ୍କ ଭରସା ଓ ବିଶ୍ୱାସର ପ୍ରତୀକ ଭାବେ ଏହି ଦଳ ଷଷ୍ଠଥର ଓଡ଼ିଶାର ଶାସନ ଡୋରୀ ହାତକୁ ନେବାକୁ ଯାଉଥିବା ବେଳେ ଭଗବାନଙ୍କ ଆଶୀର୍ବାଦରୁ ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀ ଦେଖିବେ ବୋଲି ବକ୍ତାମାନେ ଆଶା ପ୍ରକାଶ କରିଥିଲେ । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ଓ ଉପାଧ୍ୟକ୍ଷ ଚୈତନ୍ୟ ସିଂ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଟାଉନ ବିଜେଡି ସଭାପତି ସନତ ଦାସ, ବରିଷ୍ଠ ବିଜେଡି ନେତା ରଂଜନ ବାଗ, ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ, ପ୍ରଫେସର ଶତ୍ରୁଘ୍ନ ମଲିକ, ନାରୀନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ, ଉମିଲତା ଦାସ, ମୀନା ମହାନ୍ତି, ଜୟଶ୍ରୀ ବିଶ୍ୱାଳ, ଦୀପାରାଣୀ ସାହୁ, ସୋନାଲି ବିଶ୍ୱାଳ, ଧୀରେନ ନାୟକ, ଶକ୍ତିପଦ ରାୟ, ଉମାଶଙ୍କର ତିଆଡ଼ି, ନିଶାମଣି ପ୍ରଧାନ, ଙ୍କ ସମେତ ବାଲେଶ୍ୱର ପୌରପାଳିକାର ଏକାଧିକ କାଉନସିଲର ଓ ପୂର୍ବତନ କାଉନସିଲର, ସମେତ ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଦସ୍ୟ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଏଥିରେ ଯୋଗ ଦେଥିଲେ । ଦିଲୀପ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।