କେନ୍ଦ୍ରାପଡା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଦୁଇ ଦିନିଆ ଜାତୀୟ ସମ୍ପାନ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଏକ ଦୁଇ ଦିନିଆ ଜାତୀୟ ସମ୍ପାନ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥର ଭାବେ ଯୋଗଦେଇ ସମ୍ପାନକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି ସାମ୍ପ୍ରତିକ ସମୟରେ ବାଣିଜ୍ୟ ଶିକ୍ଷାରେ ହୋଇଥିବା ଅଭିନବୀକରଣ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ଇନ୍ଦିରା ଗାନ୍ଧୀ ଜାତୀୟ ଆଦିମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ସୁକାନ୍ତ କୁମାର ବରାଳ ଯୋଗଦେଇ ଭାରତକୁ ବିଶ୍ୱଶକ୍ତିରେ ପରିଣତ କରିବା ପାଇଁ ବାଣିଜ୍ୟ ଶିକ୍ଷାର ଯୋଗଦାନ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା ଯୋଗଦେଇ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଖରେ ବିଶ୍ୱ ବିଜୟ କରିବାର କ୍ଷମତା ଓ ଶକ୍ତି ଭରପୁର ରହିଛି ବୋଲି କହିଥିଲେ । ପାଟ୍ରନ ଭାବରେ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି.ଆର. ଶର୍ମା ଯୋଗଦେଇ ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ତଥା ସାଂଗଠନିକ ସମ୍ପାଦକ ପ୍ରଫେସର ଜ୍ଞାନରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜକ ପ୍ରଫେସର ଡଃ. ସୁରେଶ ଚନ୍ଦ୍ର ଦାସ ସମ୍ପାନର ବିଷୟ ବସ୍ତୁ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ କୁମାର ନାୟକ ସଭାକୁ ସଂଚାଳନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗର ଭାରପ୍ରାପ୍ତ ପ୍ରାଧ୍ୟାପକ ଡଃ. ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବାଣିଜ୍ୟ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଗୈାରାଙ୍ଗ ଚରଣ ସାହୁ, ରବିନ୍ଦ୍ର ନାଥ ରାୟ, ରମେଶ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ବିରେନ କୁମାର ରାଉତ, କୈଳାସ ଚନ୍ଦ୍ର ଲେଙ୍କା, ବିନ୍ଦୁମିତ୍ର ବଳ, ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, ମେଜର ପିତବାସ ମହାନ୍ତି, ଶେଖର ଶ୍ରୀବେରା, ସମ୍ବିତ ମିଶ୍ର, ଗୋକୁଳ ଚନ୍ଦ୍ର ଜେନା ଓ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କ ସମେତ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଛ, ଉପଢୈାକନ ଓ ମୋମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ଡଃ. ସେକ ସମସୁର, ଅଜୟ ସାମଲ, ପ୍ରାଧ୍ୟାପକ ଡଃ. ଡି.ଏନ. ଗୋଛାୟତ, ଡଃ. ଜ୍ଞାନୀନ୍ଦ୍ର ଦାସ, ରଞ୍ଜିତ କୁମାର ଦାସ, ୱାଇ. ପଦ୍ମାବତୀ,ଆର୍ଯ୍ୟସ୍ମୀତା କର, ରଞ୍ଜିତା ଗଡସରା, ମନୋଜ ପ୍ରଧାନ, ବିଭବ କୁମାର ମହାନ୍ତିଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ