ଚିନ୍ମୟ ମିଶନ ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ଚିନ୍ମୟ ମିଶନ, ବାଲେଶ୍ୱର ଶାଖା ପକ୍ଷରୁୁ ବ୍ୟକ୍ତିତ୍ୱ ବିକାଶ ଶିବିରର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଏଥିରେ +୨ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ପ୍ରାୟ ୨୫ ମହାବିଦ୍ୟାଳୟର ଛାତ୍ରମାନେ ଭାଗ ନେଇଥିଲେ । ଏହି ଶିବିରରେ ସେମାନଙ୍କୁ ଆସନ, ପ୍ରାଣାୟାମ, ଧ୍ୟାନ, ଜପ, ପ୍ରାର୍ଥନା, ସଫଳତା, ବିଫଳତା, ଖେଳ, ପ୍ରତିଯୋଗିତା, ଗୀତାପାଠ ଇତ୍ୟାଦି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ, କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, ଅଧ୍ୟାପକ ସନ୍ତୋଷ କୁମାର ରାଉତ, ଅଶୋକ ପ୍ରିୟଦର୍ଶୀ, ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ, ସଭାପତି ଡା. କ୍ଷିତୀଶ୍ୱର ଦାସ ଓ ଧୀରେନ୍ଦ୍ର ନାରାୟଣ ଦାସ ଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ଚିନ୍ମୟ ଯୁବକେନ୍ଦ୍ରର ସମ୍ପାଦକ ଜନ୍ମେଜୟ ବାରିକ ଏବଂ ସୌମ୍ୟରଞ୍ଜନ ମହାନ୍ତି ଏହାକୁ ପରିଚାଳନା କରିଥିଲେ । ସାର୍ଟିଫିକେଟ ଓ ପୁରସ୍କାର ପାଇଁ ମିଶନର ସଦସ୍ୟ ହରିଶ୍ଚନ୍ଦ୍ର ସାହୁ, ଦିବାକର ମହାପାତ୍ର, ଗଙ୍ଗାଧର ପୃଷ୍ଟି, ପ୍ରଫୁଲ୍ଲ କୁମାର ଦାସ, ଦୀପ୍ତା କୁଣ୍ଡୁ, ମୁକେଶ ପାତ୍ର, ପ୍ରଦୀପ ସେଠୀ, ଯୋଗେନ୍ଦ୍ର ଦଳାଇ, ଅକ୍ଷୟ କୁମାର ତ୍ରିପାଠୀ, ବିଜୟ କୁମାର ଦାସଅଧିକାରୀ, ବନିତା ଜେନା, କମଳଲୋଚନ ଜେନା, ପଙ୍କଜିନୀ ମାଝୀ, ସୁସ୍ମିତା ଜେନା, ସଚ୍ଚିଦାନନ୍ଦ ରାଉଳ, ସୌମ୍ୟରଞ୍ଜନ ଦାସ ମହାପାତ୍ର, ଶରତଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ବାଗ୍, ରଜନୀକାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସ୍ମୃତିରେଖା ଟୁଡୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।