ମାନବାଧିକାର ରକ୍ଷକ ସଂଗଠନର ନୂତନ କର୍ମକର୍ତ୍ତା ଚୟନ

ବାଲେଶ୍ୱର, (ସରୋଜ ପଣ୍ଡା):ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନର ବାଲେଶ୍ୱର ଶାଖା ବୈଠକ ଅବସରରେ ନୂତନ କମିଟି ଘୋଷଣା କରାଯାଇଛି । ସହଦେବଖୁଣ୍ଟାଠାରେ ଆୟୋଜିତ ବୈଠକରେ ସଂଗଠନର ପ୍ରତିଷ୍ଠାତା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ ଯୋଗଦେଇ ଜିଲା କମିଟିର ସଦସ୍ୟମାନଙ୍କୁ ମାନବାଧିକାର ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜାତୀୟ ସମ୍ପାଦକ ଡ. ପ୍ରଭାତ କୁମାର ବାରିକ ଓ ଜାତୀୟ ମହିଳା ସାଧାରଣ ସମ୍ପାଦିକା ସୁବାସିନୀ ବଳ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନୂତନ ଜିଲା କମିଟିର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଜିଲା କମିଟିରେ ସଭାପତି ଭାବେ ଦିବ୍ୟଶଙ୍କର ଜେନା, ସମ୍ପାଦକ ଶୁଭମ ପାଣି ଓ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପରିଡ଼ାଙ୍କ ସମେତ ୧୨ ଗୋଟି ବ୍ଲକର ସଭାପତି ଓ ସମ୍ପାଦକଙ୍କୁ ଚୟନ କରାଯାଇଛି । ରାଜ୍ୟ ଉପଦେଷ୍ଟା ଶିଶିର କୁମାର ରାଉତ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ