ଅଗ୍ନିକାଣ୍ଡ ରେ ଧାନଗଦା ଭସ୍ମୀଭୂତ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ  କୁଶପଡା ଗ୍ରାମର ଏସ .ବାବୁ ଦୋରା ଙ୍କ ଚାଷଜମି ରେ ଅମଳ ପାଇଁ ଥିବା ୨ ଟି  ଧାନଗଦାରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡ଼ିଛି । ଖବରପାଇ ଦିଗପହଣ୍ଡି  ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ  ସମସ୍ତ ଧାନ ଫସଲ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ବାବୁ ତାଙ୍କ ଉତ୍ପାଦିତ  ଧାନ ଅମଳ ନକରି ମଣ୍ଡିରେ ବିକ୍ରୟ ନିମନ୍ତେ ନିଜ ଚାଷ ଜମିରେ ଗଦା କରି ରଖିଥିଲେ । ଚଳିତ ବର୍ଷ ତାଙ୍କ ୩ ଏକର ଜମିରୁ ପ୍ରାୟ ୫୫ ରୁ ୬୦ କୁଇଣ୍ଟାଲ ଧାନ ଅମଳ ହେବ ବୋଲି ସେ ଆଶା ରଖିଥିଲେ । କିନ୍ତୁ ଉକ୍ତ ଧାନଗଦା ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ୩୩ କେ. ଭି ବିଦ୍ୟୁତ ତାରରୁ ନିଆଁ ଝୁଲ ଖସି ଅଗ୍ନିକାଣ୍ଡ  ଘଟିଥିବା ଗ୍ରାମବାସୀ କହିଛନ୍ତି । ଦିଗପହଣ୍ଡି ରାଜସ୍ବ ନୀରିକ୍ଷକ ଅକ୍ଷୟ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ଅନୁଧ୍ୟାନ କରି ତହସିଲଦାରଙ୍କୁ ରିପୋର୍ଟ କରିଥିବା ସୂଚନା ମିଳିଛି। ଗରିବ ଅସହାୟ ବାବୁ ଙ୍କ ସମସ୍ତ ଧାନ ଫସଲ ଜଳି ଯାଇଥିବାରୁ ସେ ଚଳିତ ବର୍ଷ ଋଣ କିପରି ଶୁଝିବେ ଏବଂ ଖାଇବେ କଣ ସେ ନେଇ ଚିନ୍ତିତ ହୋଇ ପଡିଛନ୍ତି ।ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ