ମୋପେଡ ସହ ଅଟୋ ଧକ୍କା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା, ପାଙ୍ଗିଡି ପଞ୍ଚାୟତ ଅନ୍ତର୍ଗତ ପଙ୍କଳବାଡି ଗ୍ରାମ ନିକଟରେ ଟିଭିଏସ୍ ମୋପେଡ ଗାଡ଼ି ସହ ଏକ ଅଟୋ ଧକ୍କା ହେବା ଦ୍ୱାରା ମୋପେଡ ଚାଳକଙ୍କ ମୁତ୍ଯୁ ଘଟିଛି। ମୃତକ ଜଣକ ହେଲେ ପଙ୍କଳବାଡି ଗ୍ରାମର ବିଦ୍ଯାଧର ଜେନା ।ବିଦ୍ଯାଧର ଫେବୃଆରୀ ୨୨ ତାରିଖ ଦିନ ନିଜ ଗ୍ରାମରୁ ବୁଗୁଡା ଅଭିମୁଖେ ମୋପେଡ ଗାଡ଼ିରେ ଯାଉଥିବା ବେଳେ ନିଜ ଗ୍ରାମ ନିକଟରେ ମୁଖ୍ୟ ସଡ଼କରେ ଏକ ଅଟୋ ଧକ୍କା ଦେଇଥିଲା। ଯାହାଫଳରେ ବିଦ୍ଯାଧର ସେଠାରେ କଚାଡି ହୋଇ ପଡିଥିଲେ। ବିଦ୍ୟାଧରଙ୍କୁ ଗୁରୁତ୍ତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡ଼ିକାଲ ଅଣାଯାଇଥିଲା।କିନ୍ତୁ ବୁଗୁଡା ମେଡ଼ିକାଲରେ ଡାକ୍ତର ବିଦ୍ୟାଧର ଜେନାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଗୁଡା ପୋଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇ ଦୁର୍ଘଟଣା ଘଟାଇଥିବା ଅଟୋ ସହିତ ଚାଳକକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ