ଅବକାରୀ ବିଭାଗର ପାଟ୍ରୋଲିଂ ବେଳେ କାର ସହ ଗଞ୍ଜେଇ ଜବତ: ଜଣେ ଗିରଫ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଅବକାରୀ ବିଭାଗର କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ସମୟରେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗଡ଼ପଦର ନିକଟରେ ଗୋଟିଏ ଇଣ୍ଡିଗୋ ଇସିଏସ୍ କାର ନଂ ଓଆର-୦୫-ଏଭି- ୫୮୪୭ କୁ ଯାଞ୍ଚ କରିବାରୁ ସେଥିରୁ ୪୧କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ବୁଡ୍ରୁକିଆ ଗ୍ରାମ ପଞ୍ଚାୟତ ବାଲିସୁଗା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ। ଉକ୍ତ ଗଞ୍ଜେଇ ବାଲିଗୁଡାରୁ ଭୁବନେଶ୍ୱର ଚାଲାଣ ହେଉଥିବା ସୂଚନା ମିଳିଥିବା ବେଳେ ଏହି ସଂକ୍ରାନ୍ତରେ ଫୁଲବାଣୀ ସଦର ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି ।