କେନ୍ଦ୍ରାପଡା ମେଡିକାଲ ବଞ୍ଚାଅ କ୍ରୀୟାନୁଷ୍ଠାନ କମିଟି ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଭୁବନେଶ୍ୱରରେ ଯାଇ ସେଠାରେ କେନ୍ଦ୍ରାପଡା ଜିଲ୍ଲାର ଜନପ୍ରତିନିଧି ତଥା ମନ୍ତ୍ରୀମାନଙ୍କୁ ଭେଟି ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୃହରେ ସହରାଞ୍ଚଳ ଡାକ୍ତରଖାନା ପ୍ରତିଷ୍ଠା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ସେମାନଙ୍କ ନାର୍ଯ୍ୟ ଦାବି ଉପସ୍ଥାପନା କରିଥିଲେ । କେନ୍ଦ୍ରାପଡା ସହର ମଧ୍ୟରେ ସିଟି ମେଡିକାଲର ଆବଶ୍ୟକତା ଓ ଗୁରୁତ୍ୱକୁ ମନ୍ତ୍ରୀ, ସଚିବ ତଥା ସମ୍ପାଦକ ମହୋଦୟ ସମର୍ଥନ କରିବା ସହିତ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଧାରଣାରତ ମହିଳା ଓ କେନ୍ଦ୍ରାପଡା ବାସୀଙ୍କ ପ୍ରତି ସମବେଦନା ଜ୍ଞାପନା କରିବା ସହିତ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ଖୁବ୍‌ଶୀଘ୍ର ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରାଯାଇ ସିଟି ହସପିଟାଲ ପ୍ରତିଷ୍ଠା ପାଇଁ ବାଟ ଫିଟିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ମିଳିଥିବା ପ୍ରତିନିଧି ମଣ୍ଡଳୀ ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀକୁ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ସମସ୍ତ ସହଯୋଗ ପ୍ରଦାନ କରିବା ସହିତ ଅନୁଷ୍ଠାନର କର୍ମକର୍ତ୍ତା, ମନ୍ତ୍ରୀ, ସାଂଗଠନିକ ସମ୍ପାଦକ ଓ ସଚିବଙ୍କୁ ସାକ୍ଷାତ କରାଇବାରେ ସହଯୋଗ କରିଥିଲେ । କ୍ରିୟାନୁଷ୍ଠାନ କମିଟି ଆବାହକ ସୟଦ ଅକମଲ ଅଲ୍ଲୀଙ୍କ ନେତୃତ୍ୱରେ ଶରତ କୁମାର ବେହୁରା, ମୁକ୍ତାର ଖାଁ, ସେକ ବଦିରୁଦ୍ଦିନ, ସାବିର ଖାନ୍‌, ସୁରେଶ ମର୍ଦ୍ଦରାଜ, ଯୁବନେତା ସରୋଜକାନ୍ତ ସାହୁ, କ୍ଷିତିଶ କୁମାର ସିଂ, ସେକ ଅନ୍‌ଜାନ, ଅବଦୁଲ ମାଜିଜ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ