ବୋଲେରେ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଚଣ୍ଡୀ ବିରଞ୍ଚିପୁର ଛକ ନିକଟରେ ଆଜି ସକାଳେ ବୋଲେରୋ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ଘର ଚଣ୍ଡୀ ବିରଞ୍ଚିପୁର ଗ୍ରାମରେ ହୋଇଥିବାବେଳେ ସେ ଗ୍ରାମର ରବିନ୍ଦ୍ର ଯେନାଙ୍କ ପତ୍ନୀ ପ୍ରତିମା ଯେନା (୫୫) ବୋଲି ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ପ୍ରତିମା ଯେନା କୌଣସି କାମରେ ରାସ୍ତାର ଅପର ପାଶ୍ୱର୍କୁ ଯାଇ ଫେରୁଥିବା ସମୟରେ ଭଦ୍ରକ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରତିମାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏହାକୁନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ଗାଡି ଅଟକି ରହିଥିଲା । ଖବରପାଇ ନନ୍ଦିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲା । ପୁଲିସ ବୋଲେରୋକୁ ଜବଦ କରିବା ସହିତ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ