ପୁଅକୁ ବଞ୍ଚାଇବାକୁ ଯାଇ ଗଣ୍ଡ ମଧ୍ୟରେ ବୁଡି ମୃତ୍ୟୁ ବରଣ କଲେ ବାପା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପୁଅକୁ ରକ୍ଷା କରିବାକୁ ଯାଇ ବାପା ଘୋଡାହାଡ ନଦୀ ଗର୍ଭରେ ବୁଡି ମୃତ୍ୟୁ ବରଣ କରିବା ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଅଭାବନୀୟ ଘଟଣା ଦିଗପହଣ୍ଡି ଥାନା ଅନ୍ତର୍ଗତ ତଲାସିଂ ଗ୍ରାମରେ ଘଟିଛି।ଦିଗପହଣ୍ଡି ଅଗ୍ନୀଶମ କର୍ମଚାରୀଙ୍କ ଦୀର୍ଘ ୨ ଘଣ୍ଟାର ଆକ୍ଳାନ୍ତ ଉଦ୍ୟମ ପରେ ନଦୀ ଗଣ୍ଡରୁ ମୃୁତ ଦେହକୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ବ୍ୟବେଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠେଇଛନ୍ତି।ଏନେଇ ଏକ ଅପମୃୁତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଥିବା ଆଇ.ଆଇ.ସି ଦୀପ୍ତୀରଞ୍ଜନ ବେହେରା କହିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଅରୁଣ କୁମାର ପଣ୍ଡା( ୪୫)। ସେ ରାଉଲକେଲା ରେ ଚାକିରି କରନ୍ତି ।ଅରୁଣ ଛୁଟିରେ  ସୋମବାର  ତାଙ୍କ ସମ୍ପର୍କୀୟ ଙ୍କ ଘରକୁ ବୁଲି  ଆସି ମଙ୍ଗଳବାର ଶ୍ବଶୁର ଘର ତଲାସିଂ ଗ୍ରାମକୁ ଆସିଥିଲେ।ଦିନ ପ୍ରାୟ ୨ ଟା ସମୟରେ ତାଙ୍କ ୧୦ ବର୍ଷର ପୁଅକୁ ନେଇ ଗ୍ରାମ ନିକଟସ୍ଥ ଘୋଡାହାଡ ନଦୀରେ ଥିବା ଏକ ଗଣ୍ଡକୁ ଗାଧେଇବା ପାଇଁ ଯାଇଥିବା ବେଳେ ପୁଅ କୌଣସି କାରଣ ବଶତଃ ଗଣ୍ଡ ମଧ୍ୟ ରେ ବୁଡିଯାଉଥିବା ବେଳେ,ପୁଅକୁ ଉଦ୍ଧାର କରି ପଦାକୁ ଆଣିଥିବା ବେଳେ ବାପାଙ୍କ ଗୋଡ ଗଣ୍ଡ ମଧ୍ୟରେ ପଶି ଗଭୀର ଜଳରେ ନିଖୋଜ ହୋଇ ଯାଇଥିଲେ।ଘଟଣା ସମ୍ପର୍କରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି ପରେ ଶେଷରେ ଅରୁଣଙ୍କ ମୃତଦେହ ଉଦ୍ଧାର ହୋଈଥିବା ଖବର ମିଳିଛି। ଘଟଣା ସ୍ଥଳରେ କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୌଡ ଓ ତଲାସିଂ ଗ୍ରାମ ବାସୀ ଉପସ୍ଥିତ ରହି ଅଗ୍ନିଶମ କର୍ମଚାରୀ ମାନଙ୍କୁ ଖୋଜା ଖୋଜିରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ