ମହିଳା ଦିବସରେ ପ୍ରତିଭାଶାଳୀ ମହିଳାଙ୍କୁ ସମ୍ମାନୀତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପାଇଁ ବେଲଗୁଣ୍ଠା ପଂଚାୟତ ସମିତି ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି I ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ମହିଳାଙ୍କୁ ସମ୍ମାନୀତ କରାଯାଇଛି I ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମାଟ୍ରିକ୍ ରେ ସର୍ବାଧିକ ନମ୍ବର୍ ରଖିଥିବା ଜିରୋଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜସ୍ମୀନ ପାଣିଗ୍ରାହୀ, କ୍ରୀଡ଼ା କ୍ଷେତ୍ରରେ ଗୋବରା ବିଦ୍ୟାଳୟର ଛାତ୍ରୀ ଶିବାନୀ ଗୌଡ଼, ଯୋଗ କ୍ଷେତ୍ରରେ ତନରଡା ଆର୍ଯ୍ୟକନ୍ଯା ଗୁରୁକୁଳର ଛାତ୍ରୀ ଅର୍ପିତା ସାହୁ, ପ୍ରସୂତି ସେବା କ୍ଷେତ୍ରରେ ସ୍ୱାସ୍ଥ୍ୟ ପରିଦର୍ଶିକା ମାନସୀ ଦାସ, ସ୍ୱାସ୍ଥ୍ୟକର୍ମୀ ଆରତୀ ସୁବୁଦ୍ଧି, ଆଶାକର୍ମୀ ପ୍ରତିଭା ମଞ୍ଜରୀ ପ୍ରଧାନ, ସାମାଜିକ ସେବା କ୍ଷେତ୍ରରେ ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ସମିତି ସଭ୍ୟା ପିନାକୀନି ବିଷୋୟୀ, ସରପଞ୍ଚ ସୁପ୍ରଭା ଗୌଡ଼, ନାଏବ ସରପଞ୍ଚ ସୁଜାତା ଖୁଣ୍ଟିଆ,ଜନସେବା କ୍ଷେତ୍ରରେ ଆଇସିଡିଏସ୍ ସୁପରଭାଇଜର ସଂଯୁକ୍ତା ଦାସ୍, ଅଙ୍ଗନୱାଡ଼ି କର୍ମୀ ସୁରଭି ପ୍ରଧାନ, ଅଙ୍ଗନୱାଡ଼ି ସହାୟିକା ଗୀତାଞ୍ଜଳି ବିଷୋୟୀ, ଜିପିଏଲ୍ଏଫ ସଭାନେତ୍ରୀ ପୁଷ୍ପାଞ୍ଜଳି ପତି ଏବଂ କୋଭିଡ ପରିଚାଳନା କ୍ଷେତ୍ରରେ ମାଆ ସନ୍ତୋଷୀ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା I ଆଜିର କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥି, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସିଡ଼ିପିଓ ଗାୟତ୍ରୀ ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସମେତ ବହୁ ସରପଞ୍ଚ ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କୁ ସମ୍ମାନୀତ କରିଥିଲେ I