ମୋହନା ବଧିର ବିଦ୍ୟାଳୟରେ ହୋଲି ଉତ୍ସବ,ଯୋଗଦେଲେ ଜିଲ୍ଲାପାଳ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ବଧିର ବିଦ୍ୟାଳୟରେ ହୋଲି ଉତ୍ସବ ପାଳନ ହୋଇଯାଇଛି l ବିଦ୍ୟାଳୟ କମିଟି ସମ୍ପାଦକ ଦଣ୍ଡlସି ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟlଙ୍ଗ ପିଲାଙ୍କୁ ଉତ୍ସାହିତ କରିଥିଲେ l ବିଦ୍ୟାଳୟରେ ଯାହା ସବୁ ସମସ୍ୟା ରହିଛି ତାକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିରlଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେଁପୋ ପିମା ଆମ୍ଫେଲ୍, ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ଏସଡିସି ସଦସ୍ୟ ରାଜିବ ମଲ୍ଲିକ, ମୋହନା ସରପଞ୍ଚ ସୁନିତା ମଲ୍ଲିକ , ଶିକ୍ଷାବିତ ମଧୁସୂଦନ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ l ଏହାପରେ ଦିବ୍ୟlଙ୍ଗ ପିଲାଙ୍କ ସହ ହୋଲି ଖେଳିଥିଲେ ଜିଲ୍ଲାପାଳ ଓ ସମସ୍ତ ଅତିଥି l ପିଲାଙ୍କ ଦ୍ଵାରା ହୋଲି ଉତ୍ସବ କେକ୍ କାଟିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଏହି ଅବସରରେ ତିବତିୟ ନାଗରିକ ପି. ଗ୍ୟlଲପୋଙ୍କ ଦ୍ଵାରା ପିଲାଙ୍କ ପାଈଁ ଦୁଇଟି ଗାଈ, ଆକୁଆ ଗାର୍ଡ, ପ୍ଲେଟ ଓ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି l ଏହାପରେ ଜିଲ୍ଲାପାଳ ଜିରlଙ୍ଗ ବୌଦ୍ଧ ମନ୍ଦିର ପରିସରରେ ଏକ କୋଠାଘର ଉଦଘାଟନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ