ଅଭିନେତ୍ରୀ ସ୍ୱାତୀଙ୍କୁ ଟୋପି ପିନ୍ଧାଇଲେ ସାଂସଦ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଆରମ୍ଭ କରିଛି ଶକ୍ତିଠୁଳ ଅଭିଯାନ । ଏହି ପରିପ୍ରେକ୍ଷୀରେ ଜିଲା ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ସହରର ରୟାଲ କୁଇନ କଲ୍ୟାଣମଣ୍ଡପରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ବିଜେପିର ଶୃଙ୍ଖଳିତ ଅନୁଶାସନରେ ଅନୁପ୍ରାଣିତ ହୋଇ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ସ୍ୱାତୀ ସାମଲ (ଜୀନା), ଅଭିନେତା ରୁଦ୍ର ପାଣିଗ୍ରାହୀ, ପୂର୍ବତନ ଜିଏସଟି କମିଶନର ତଥା ଇଡିର ଡେପୁଟି ଡାଇରେକ୍ଟର ବିଜୟ କୁମାର ମଲ୍ଲିକ, ରିଲାଏନ୍ସର ଏଆରଡିଏମ ମମତା ପଣ୍ଡା, ପାର୍ଥ ସାରଥୀ ଜେନା, ଅମିତା ସାମଲ, ସ୍ୱାଗତ ସାମଲ, ପ୍ରିୟଙ୍କା ସାମଲ, ଅନୀଲ କୁମାର ଗାୟନ, ଲଖନ୍ ଚନ୍ଦ୍ର ଦାସ, ରାଧାକୃଷ୍ଣ ଦାସ, ସୁବାସ ଧାମୁଣ୍ଡିଆ, ସୁନିଲ ଦାସ, ଚନ୍ଦନ ଦାସ, ପ୍ରଦ୍ୟୁମ୍ନ ଦାସ, ମଞ୍ଜୁଲତା ଭାୟା, କନକଲତା ଭାୟା, ସପନ କୁମାର ଭାୟା, ତପନ ଭାୟା, ଦୁର୍ଗେଶ ବାରିକ, କାଶୀନାଥ ସୋରେନ, ରାବଣ ହାଁସଦା ପ୍ରମୁଖଙ୍କ ସମେତ ଜଳେଶ୍ୱର ଏବଂ ଭୋଗଗରାଇ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ୩୦୦ରୁ ଉର୍ଦ୍ଧ୍ୱ କର୍ମୀ ଆଜି ଆନୁଷ୍ଠାନିକ ଭାବେ ଦଳରେ ଯୋଗଦାନ କରିଛନ୍ତି । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ମିଶ୍ରଣ ପର୍ବରେ ଯୋଗଦେଇ ନବାଗତ କର୍ମୀଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ବର୍ଗର ବ୍ୟକ୍ତିତ୍ୱଙ୍କର ଦଳକୁ ଆଗମନ ବିଜେପିର ଶକ୍ତି ବୃଦ୍ଧିରେ ସହାୟକ ହୋଇଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନର ସଫଳତାକୁ ଏହା ନିଶ୍ଚିତ କରିବ ବୋଲି ସେ ମତ ପ୍ରକାଶ କରିଥିଲେ । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଈଶ୍ୱର ଚନ୍ଦ୍ର ବେହେରା, ସୁନୀଲ କର, ଅଂଶୁମାନ ମହାନ୍ତି, ଲମ୍ବୋଦର ନାୟକ, ସୁଷମା ବିଶ୍ୱାଳ, ପ୍ରବୀର ପ୍ରଧାନ, ସତ୍ୟଜିତ ମିଶ୍ର, ରାଜେଶ ମହାପାତ୍ର, ମମତା ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ପ୍ରଦୀପ ପଣ୍ଡା, ସୁଶାନ୍ତ ବେରା, ବିଜୟ ସାହୁ, ସୁସ୍ମିତା ପଣ୍ଡା, ସିପ୍ରା ମହାପାତ୍ର, ସଂଯୁକ୍ତା ମହାପାତ୍ର, ମୃତ୍ୟୁଞ୍ଜୟ ଜେନା, ବିପିନ ମାରାଣ୍ଡି, ସମର ଶଙ୍କର କାନୁନଗୋ, ଶ୍ରୀନିବାସ ପ୍ରଧାନ, ଅରୂପ ଜେନା, ଅନୀଲ ମହାନ୍ତି, ରଣଜିତ ପୃଷ୍ଟି, ଖଗେନ୍ଦ୍ର ନାୟକ, ନାରାୟଣ ମହନ୍ତ, ସୁବୋଧ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ